ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ଇଂପ୍ଲାଂଟ ପ୍ରତ୍ୟାରୋପଣ

0

ଭୁବନେଶ୍ୱର,୨ ମାର୍ଚ୍ଚ : ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଓଡ଼ିଶାର ଉପାନ୍ତ ଅଂଚଳର ଦୁଇ ଜଣ ଶିଶୁଙ୍କ ଶରୀରରେ ସଫଳତାର ସହ କକ୍‌ଲିୟର ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯିବା ପରେ ସେମାନେ ଶ୍ରବଣ ଶକ୍ତି ପାଇ ପାରିଛନ୍ତି । କେନ୍ଦୁଝର ଜିଲ୍ଲାର ଏହି ଦୁଇ ଶିଶୁଙ୍କର ଜନ୍ମରୁ ବାକ୍ ଶକ୍ତି ଓ ଶ୍ରବଣ ଶକ୍ତି ନ ଥିବା ଜଣାପଡ଼ିବା ପରେ ସେମାନଙ୍କ ପିତା ମାତା ଅଧିକ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରକୁ ଆଣିଥିଲେ । ସ୧ମ୍‌ର ଇଏନ୍‌ଟି ଓ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ପରୀକ୍ଷା ନିରୀକ୍ଷା ପରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ପ୍ରତ୍ୟାରୋପଣ ଆବଶ୍ୟକତା ଥିବା ଜଣାଇଥିଲେ । ପୋଷ୍ଟେରିୟର ଟିମ୍ପାନୋଟୋମୀ ପଦ୍ଧତି (ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରୋସିଡ୍ୟୁୟର) ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା । ଏହି ପ୍ରକ୍ରିୟାରେ ଗୋଟିଏ ସାମାନ୍ୟ ଛିଦ୍ର କରାଯାଇଥାଏ ଯାହା ଫଳରେ କମ୍ ଯବଣା ହୋଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି ।

ମାର୍ଚ୍ଚ ୩ ତାରିଖ ବିଶ୍ୱ ଶ୍ରବଣ ଦିବସ ପରିପ୍ରେକ୍ଷୀରେ ଏହି ପ୍ରତ୍ୟାରୋପଣ ସମ୍ବନ୍ଧରେ ତଥ୍ୟ ଦେଇଛନ୍ତି ଡାକ୍ତର ସାହୁ । ଏହି ପ୍ରକ୍ରିୟା ଦ୍ୱାରା ରୋଗୀ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ । ଦୁଇଟି ଯାକ ପ୍ରତ୍ୟାରୋପଣ ସଫଳ ହୋଇଥିବା ବେଳେ ୨୧ ଦିନ ପରେ ଏହାକୁ ସୁଇଚ୍ ଅନ୍ କରାଯାଇଥିଲା ବୋଲି ସେ କହିଥିଲେ । ସମର ଅଡିଓଲୋଜିଷ୍ଟ ଶ୍ରୀମତି ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ ଦୁଇ ଶିଶୁଙ୍କର ୩ ମାସ ଧରି ସ୍ପିଚ୍ ଥେରାପି କରାଯିବ ।

ଡାକ୍ତର ସାହୁ କହିଛନ୍ତି ଯେ ବିଶ୍ୱରେ ୮୦ ପ୍ରତିଶତ ଲୋକଙ୍କର ଶ୍ରବଣ ଶକ୍ତିରେ ସମସ୍ୟା ରହିଥିବା ସତ୍ୱେ ଚିକିତ୍ସା ହୋଇପାରି ନଥାଏ । କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେଇ ମନୋଭାବ ପରିବର୍ତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଅତ୍ୟଧିକ କିମ୍ବା ସମ୍ପୂର୍ଣ୍ଣ ଭାବେ ବଧିର ଥିବା ରୋଗୀଙ୍କ ଠାରେ ଏହି କକ୍‌ଲିୟର ପ୍ରତ୍ୟାରୋପଣ କରାଯାଇଥାଏ । ଏହା ଏକ ଛୋଟ ଇଲେକ୍ଟ୍ରୋନିକ୍‌ ଯବ ଯାହାକୁ କି କାନର ଭିତର ପାଶ୍ୱର୍ରେ ଖଞ୍ଜା ଯାଇଥାଏ । ଏହା ଦ୍ୱାରା କମ୍ଶୁ ଣି ପାରୁଥିବା କିମ୍ବା ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତିହୀନ ଲୋକ ଶୁଣିବାକୁ ସକ୍ଷମ ହୋଇଥାଏ । ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ୱ ଶ୍ରବଣ ଦିବସର ପ୍ରସଙ୍ଗ ହେଉଛି ‘ଚେଞ୍ଜିଙ୍ଗ୍ ମାଇଣ୍ଡସେଟ୍‌ସ : ଲେଟ୍ସ ମେକ୍ ଇୟର ଆଣ୍ଡ ହିୟରିଂ କେୟାର ଏ ରିୟଲିଟି ଫର ଅଲ୍‌’ ବୋଲି ଡାକ୍ତର ସାହୁ କହିଛନ୍ତି ।

ଡାକ୍ତର ସାହୁ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଓ ଆସିଷ୍ଟାନ୍ସ ଟୁ ଡିଜାବଲ୍ଡ ପର୍ସନ୍ସ ଫର୍ ପର୍ଚେଜ୍ / ଫିଟିଙ୍ଗ୍ ଅଫ୍‌ ଏଡ୍ସ ଆଣ୍ଡ ଆପ୍ଲାଏନ୍‌ସେସ୍ (ଏଡିଆଇପି) ଯୋଜନା ମାଧ୍ୟମରେ ବିନା ମୂଲ୍ୟରେ ଅନେକ ଶିଶୁ ଶ୍ରବଣ ଶକ୍ତି ଫେରି ପାଇପାରୁଛନ୍ତି ।

Leave A Reply

Your email address will not be published.