ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସମ୍ ଅଲ୍ଟିମେଟ ମେଡିକେୟାରରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ଇଂପ୍ଲାଂଟ ପ୍ରତ୍ୟାରୋପଣ

0

ଭୁବନେଶ୍ୱର,୨ ମାର୍ଚ୍ଚ : ବୈଷୟିକ ଜ୍ଞାନ କୌଶଳ ଦ୍ୱାରା ଓଡ଼ିଶାର ଉପାନ୍ତ ଅଂଚଳର ଦୁଇ ଜଣ ଶିଶୁଙ୍କ ଶରୀରରେ ସଫଳତାର ସହ କକ୍‌ଲିୟର ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯିବା ପରେ ସେମାନେ ଶ୍ରବଣ ଶକ୍ତି ପାଇ ପାରିଛନ୍ତି । କେନ୍ଦୁଝର ଜିଲ୍ଲାର ଏହି ଦୁଇ ଶିଶୁଙ୍କର ଜନ୍ମରୁ ବାକ୍ ଶକ୍ତି ଓ ଶ୍ରବଣ ଶକ୍ତି ନ ଥିବା ଜଣାପଡ଼ିବା ପରେ ସେମାନଙ୍କ ପିତା ମାତା ଅଧିକ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ ମେଡିକେୟାରକୁ ଆଣିଥିଲେ । ସ୧ମ୍‌ର ଇଏନ୍‌ଟି ଓ ସ୍କଲ ବେସ୍ ସର୍ଜରୀ ବିଭାଗର ସିନିୟର କନ୍‌ସଲ୍‌ଟାଂଟ ତଥା ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ପରୀକ୍ଷା ନିରୀକ୍ଷା ପରେ ଦୁଇ ଶିଶୁଙ୍କ ଶରୀରରେ କକ୍‌ଲିୟର ପ୍ରତ୍ୟାରୋପଣ ଆବଶ୍ୟକତା ଥିବା ଜଣାଇଥିଲେ । ପୋଷ୍ଟେରିୟର ଟିମ୍ପାନୋଟୋମୀ ପଦ୍ଧତି (ଯାହାକି ଏକ ମିନିମାଲି ଇନ୍‌ଭାସିଭ ପ୍ରୋସିଡ୍ୟୁୟର) ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଥିଲା । ଏହି ପ୍ରକ୍ରିୟାରେ ଗୋଟିଏ ସାମାନ୍ୟ ଛିଦ୍ର କରାଯାଇଥାଏ ଯାହା ଫଳରେ କମ୍ ଯବଣା ହୋଇଥାଏ ବୋଲି ଡାକ୍ତର ସାହୁ କହିଛନ୍ତି ।

ମାର୍ଚ୍ଚ ୩ ତାରିଖ ବିଶ୍ୱ ଶ୍ରବଣ ଦିବସ ପରିପ୍ରେକ୍ଷୀରେ ଏହି ପ୍ରତ୍ୟାରୋପଣ ସମ୍ବନ୍ଧରେ ତଥ୍ୟ ଦେଇଛନ୍ତି ଡାକ୍ତର ସାହୁ । ଏହି ପ୍ରକ୍ରିୟା ଦ୍ୱାରା ରୋଗୀ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ । ଦୁଇଟି ଯାକ ପ୍ରତ୍ୟାରୋପଣ ସଫଳ ହୋଇଥିବା ବେଳେ ୨୧ ଦିନ ପରେ ଏହାକୁ ସୁଇଚ୍ ଅନ୍ କରାଯାଇଥିଲା ବୋଲି ସେ କହିଥିଲେ । ସମର ଅଡିଓଲୋଜିଷ୍ଟ ଶ୍ରୀମତି ଲୋପାମୁଦ୍ରା ତ୍ରିପାଠୀ କହିଛନ୍ତି ଯେ ଦୁଇ ଶିଶୁଙ୍କର ୩ ମାସ ଧରି ସ୍ପିଚ୍ ଥେରାପି କରାଯିବ ।

ଡାକ୍ତର ସାହୁ କହିଛନ୍ତି ଯେ ବିଶ୍ୱରେ ୮୦ ପ୍ରତିଶତ ଲୋକଙ୍କର ଶ୍ରବଣ ଶକ୍ତିରେ ସମସ୍ୟା ରହିଥିବା ସତ୍ୱେ ଚିକିତ୍ସା ହୋଇପାରି ନଥାଏ । କାନ ଏବଂ ଶ୍ରବଣ ଶକ୍ତିର ଯତ୍ନ ନେଇ ମନୋଭାବ ପରିବର୍ତନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଅତ୍ୟଧିକ କିମ୍ବା ସମ୍ପୂର୍ଣ୍ଣ ଭାବେ ବଧିର ଥିବା ରୋଗୀଙ୍କ ଠାରେ ଏହି କକ୍‌ଲିୟର ପ୍ରତ୍ୟାରୋପଣ କରାଯାଇଥାଏ । ଏହା ଏକ ଛୋଟ ଇଲେକ୍ଟ୍ରୋନିକ୍‌ ଯବ ଯାହାକୁ କି କାନର ଭିତର ପାଶ୍ୱର୍ରେ ଖଞ୍ଜା ଯାଇଥାଏ । ଏହା ଦ୍ୱାରା କମ୍ଶୁ ଣି ପାରୁଥିବା କିମ୍ବା ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତିହୀନ ଲୋକ ଶୁଣିବାକୁ ସକ୍ଷମ ହୋଇଥାଏ । ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ୱ ଶ୍ରବଣ ଦିବସର ପ୍ରସଙ୍ଗ ହେଉଛି ‘ଚେଞ୍ଜିଙ୍ଗ୍ ମାଇଣ୍ଡସେଟ୍‌ସ : ଲେଟ୍ସ ମେକ୍ ଇୟର ଆଣ୍ଡ ହିୟରିଂ କେୟାର ଏ ରିୟଲିଟି ଫର ଅଲ୍‌’ ବୋଲି ଡାକ୍ତର ସାହୁ କହିଛନ୍ତି ।

ଡାକ୍ତର ସାହୁ କହିଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଓ ଆସିଷ୍ଟାନ୍ସ ଟୁ ଡିଜାବଲ୍ଡ ପର୍ସନ୍ସ ଫର୍ ପର୍ଚେଜ୍ / ଫିଟିଙ୍ଗ୍ ଅଫ୍‌ ଏଡ୍ସ ଆଣ୍ଡ ଆପ୍ଲାଏନ୍‌ସେସ୍ (ଏଡିଆଇପି) ଯୋଜନା ମାଧ୍ୟମରେ ବିନା ମୂଲ୍ୟରେ ଅନେକ ଶିଶୁ ଶ୍ରବଣ ଶକ୍ତି ଫେରି ପାଇପାରୁଛନ୍ତି ।

Leave A Reply

Your email address will not be published.