ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଯାତ୍ରିବାହୀ ଟ୍ରେନ ଲାଇନଚ୍ୟୁତ

0

କୋରାପୁଟ: ଲାଇନଚ୍ୟୁତ ହେଲା ପାସେଞ୍ଜର ଟ୍ରେନ୍‌। ବିଶାଖାପଟନମରୁ ଭବାନୀପାଟଣା ଆସୁଥିବା ଗୋଟିଏ ଯାତ୍ରିବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଗାଡ଼ି ନମ୍ବର ୦୮୫୦୪ ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣା ହୋଇଛି ଟ୍ରେନ୍। 

ତେବେ ଟ୍ରେନର କୌଣସି ବଗି ନୁହେଁ, ବରଂ ଇଞ୍ଜିନ ଅଳ୍ପ ବେଗରେ ଥିବା ବେଳେ ଲାଇନଚ୍ୟୁତ ହୋଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନାହିଁ। ଇଞ୍ଜିନ ଲାଇନଚ୍ୟୁତ ହୋଇଥିବାରୁ ଟ୍ରେନର ଜଣେ ଲୋକୋ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ସନ୍ଧ୍ୟା ୬ଟାରେ ଟ୍ରେନଟି ବିଶାଖାପାଟଣା ଛାଡିଥିଲା। କୋତାବାଲସା ଷ୍ଟେସନରେ ୬ଟା ୪୮ ସମୟରେ ପହଞ୍ଚି ଷ୍ଟେସନ ଛାଡିଥିଲା। ତେବେ ପ୍ଲାଟଫର୍ମ ଠାରୁ ଦୁଇ ନମ୍ବର ରୁଟରେ ଯିବା ବେଳେ ହଠାତ ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନର ଇଞ୍ଜିନ ସହିତ ଆଉ ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା। ବିଜୟନଗରମ ଓ ବିଶାଖାପାଟଣା ଷ୍ଟେସନ ସମେତ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Leave A Reply

Your email address will not be published.