ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ପଞ୍ଚଭୂତରେ ଲିନ ହେଲେ ସଙ୍ଗୀତ ସାମ୍ରାଜ୍ଞୀ ଶାନ୍ତିଲତା

0

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ସଙ୍ଗୀତ ସାମ୍ରାଜ୍ଞୀ ଶାନ୍ତିଲତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବିଶିଷ୍ଟ କଣ୍ଠଶିଳ୍ପୀଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଦିଆଯାଇଛି ବିଦାୟ। ଶେଷକୃତ୍ୟ ପୂର୍ବରୁ ପୋଲିସ୍ ବାହିନୀ ପକ୍ଷରୁ ଗାର୍ଡ ଅଫ ଅନର୍ ପ୍ରଦାନ କରଯାଇଥିଲା। ମୁଖାଗ୍ନି ଦେଇଛନ୍ତି ତାଙ୍କ ବଡପୁଅ ଅବିନାଶ ଛୋଟରାୟ। ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଶାନ୍ତି ଲତାଙ୍କୁ ବିଦାୟ ଦେବା ପାଇଁ ସ୍ବର୍ଗ ଦ୍ୱାରରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା। ଶାନ୍ତିଲତାଙ୍କ ବନ୍ଧୁ, ପରିବାରବର୍ଗ, ପ୍ରଶଂସକ, ଅନେକ କଣ୍ଠଶିଳ୍ପୀ ମଧ୍ୟ ଶେଷ ଦର୍ଶନ କରିଥଲେ। ପୁରୀ ସଂସଦୀୟ ଲୋକସଭା ପାର୍ଥୀ ଅରୂପ ପଟ୍ଟନାୟକ ପହଞ୍ଚି ଶନ୍ତିଲତାଙ୍କ ଶେଷ ଦର୍ଶନ କରିଛନ୍ତି। ଶାନ୍ତିଲତା ସବୁ ବେଳେ ଓଡ଼ିଶା ଓ ଜଗନ୍ନାଥ ସଂସ୍କୃତୀର ପ୍ରଚାର ପ୍ରସାର ପାଇଁ ଗୀତ ମାଧ୍ୟ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସ୍ବାମୀ ବସନ୍ତ ଛୋଟରାୟ।

Leave A Reply

Your email address will not be published.