ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି

0

ଭୁବନେଶ୍ବର: ଆସନ୍ତା କାଲି ଶ୍ରୀ ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା। ଏଥିଲାଗି ନୀତିକାନ୍ତି ସକାଳ ୫ ଟାରୁ ଆରମ୍ଭ ହେବ। ଲିଙ୍ଗରାଜଙ୍କ ନୀତିକାନ୍ତି ‌ଶେଷ ପରେ ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ ହେବ। ରଥଯାତ୍ରାକୁ ସୁରୁଖୁରୁରେ କରିବା ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି ବୈଠକ ହୋଇଛି। ଏନେଇ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ସ୍ଥାପନ କରାଯାଇଛି। ରଥ ରୋଡ଼ରେ କୌଣସି ଗାଡି ଯାଇପାରିବନି ।

ସୂଚନାନୁସାରେ; ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଏନେଇ ଦୁଇ ଜଣ ଅତିରିକ୍ତ ଡିସିପି, ୬ ଜଣ ଏସିପି,୧୫ ଜଣ ଇନ୍ସପେକ୍ଟର ୫୦ ରୁ ଉର୍ଦ୍ଧ୍ବ ସବ ଇନ୍ସପେକ୍ଟର ଓ ଏଏସଆଇ ଏବଂ ଟ୍ରାଫିକ ଅଧିକାରୀଙ୍କ ସହ ୧୦୦ରୁ ଉର୍ଦ୍ଧ୍ବ କନେଷ୍ଟବଲ ଓ ହାବିଲଦାର ତଥା ହୋମଗାର୍ଡ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି। ପାର୍କିଙ୍ଗ୍ ପାଇଁ ସ୍ୱତନ୍ତ୍ର ସ୍ଥାନର ବ୍ୟବସ୍ଥା କରାଯାଇଛି । ରାସ୍ତା ଉପରେ ଗାଡି ପାର୍କ କରାଯିବ ନାହିଁ।

ରଥଯାତ୍ରା ସମୟରେ ଖରା ଓ ହିଟ ୱେଭକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି। ସମସ୍ତଙ୍କ ପାଇଁ ଆବଶ୍ୟକ ପିଇବା ପାଣି ବ୍ୟବସ୍ଥା କରାଯାଇଛ। ଏନଜିଓମାନେ ମଧ୍ୟ ପାଣି ବ୍ୟବସ୍ଥା କରିଛନ୍ତି। ଭକ୍ତଙ୍କ ଉପରେ ପାଣି ସ୍ପ୍ରେ କରିବାର ମଧ୍ୟ ବ୍ୟବସ୍ଥା ହୋଇଛି। ବିଏମସି,ଅଗ୍ନିଶମ ବିଭାଗ,ସେବାୟତ ଓ ଅନ୍ୟ ବିଭାଗମାନଙ୍କ ସହ ସମସ୍ତ ଆଲୋଚନା ହୋଇଛି। କିଭଳି ସୁରୁଖୁରୁରେ ଓ ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହେବ ଓ ସରିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.