ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

0

ଭୁବନେଶ୍ୱର, ମେ ୧୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପ୍ରଫେସର ମନୋରଞ୍ଜନ ଦାଶ, ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଡକ୍ଟର ପ୍ରୀତି ଷଡ଼ଙ୍ଗୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂଟେମ୍ପୋରାରୀ କେସ୍ ଷ୍ଟଡିଜ୍ ଇନ୍ ବିଜିନେସ୍ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିଛନ୍ତି ।

‘କଂଟେମ୍ପୋରାରୀ କେସ ଷ୍ଟଡିଜ୍ ଇନ୍ ବିଜିନେସ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ପୁସ୍ତକଟି ମ୍ୟାନେଜମେଂଟ ତଥା ହସ୍ପିଟାଲ ଆଡ଼ମିନିଷ୍ଟ୍ରେସନ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଉକ୍ତ ପୁସ୍ତକଟି ଅନ୍ୟ ପୁସ୍ତକମାନଙ୍କ ଠାରୁ ଅଲଗା କାରଣ ଏଥିରେ ବିଭିନ୍ନ ଶିଳ୍ପ/କମ୍ପାନୀ ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ଘଟଣା ଉପରେ ପର୍ଯ୍ୟବେଶିତ ଉଦାହରଣ ଦିଆଯାଇଛି ତଥା ବିଶ୍ଳେଷଣ ଦ୍ୱାରା ମ୍ୟାନେଜମେଂଟ ଓ ସ୍ୱାସ୍ଥ୍ୟ ସେବା ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନ ବୃଦ୍ଧି ନିମନ୍ତେ ସହାୟକ ହେବ ବୋଲି ଡକ୍ଟର ଦାଶ କହିଛନ୍ତି ।

ଏହା ଛଡ଼ା ପ୍ରଫେସର ଦାଶ ଓ ପାପୁଆ ନିଉ ଗିନି ୟୁନିଭର୍ସିଟ ଅଫ୍ ଟେକ୍ନୋଲୋଜିର ଡକ୍ଟର କମଳାକାନ୍ତ ମୁଦିୁଲି ଓ ଡକ୍ଟର ଆଦିମୁଥୁ ରାମସାମୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପ୍ରୋଜେକ୍ଟ ମ୍ୟାନେଜମେଂଟ ଆଣ୍ଡ ଇକୋନୋମିକ୍‌ସ’ ଓ ପ୍ରଫେସର ଦାଶ ଓ ଡକ୍ଟର ମୁଦୁଲିଙ୍କ ଦ୍ୱାରା ଲିଖିତ ‘ଅପରେସନ୍ ମ୍ୟାନେଜମେଂଟ’କୁ ମଧ୍ୟ ପ୍ରଫେସର ନାୟକ ଉନ୍ମୋଚିତ କରିଥିଲେ । ପ୍ରଫେସର ନାୟକ ଲେଖକ ମାନଙ୍କର ଅଦମ୍ୟ ପ୍ରଚେଷ୍ଟା ଓ ଗୁଣାତ୍ମକ ପୁସ୍ତକ ଲେଖା ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.