ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ

0

ଭୁବନେଶ୍ୱର, ମେ ୧୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିଭର୍ସିଟି ପରିଚାଳିତ ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ର ପ୍ରଫେସର ମନୋରଞ୍ଜନ ଦାଶ, ପ୍ରଫେସର ଅୟସକାନ୍ତ ମହାନ୍ତି ଓ ଡକ୍ଟର ପ୍ରୀତି ଷଡ଼ଙ୍ଗୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘କଂଟେମ୍ପୋରାରୀ କେସ୍ ଷ୍ଟଡିଜ୍ ଇନ୍ ବିଜିନେସ୍ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶୁକ୍ରବାର ଉନ୍ମୋଚନ କରିଛନ୍ତି ।

‘କଂଟେମ୍ପୋରାରୀ କେସ ଷ୍ଟଡିଜ୍ ଇନ୍ ବିଜିନେସ ଆଣ୍ଡ ହେଲ୍‌ଥ କେୟାର ମ୍ୟାନେଜମେଂଟ’ ପୁସ୍ତକଟି ମ୍ୟାନେଜମେଂଟ ତଥା ହସ୍ପିଟାଲ ଆଡ଼ମିନିଷ୍ଟ୍ରେସନ୍ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଉକ୍ତ ପୁସ୍ତକଟି ଅନ୍ୟ ପୁସ୍ତକମାନଙ୍କ ଠାରୁ ଅଲଗା କାରଣ ଏଥିରେ ବିଭିନ୍ନ ଶିଳ୍ପ/କମ୍ପାନୀ ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ଘଟଣା ଉପରେ ପର୍ଯ୍ୟବେଶିତ ଉଦାହରଣ ଦିଆଯାଇଛି ତଥା ବିଶ୍ଳେଷଣ ଦ୍ୱାରା ମ୍ୟାନେଜମେଂଟ ଓ ସ୍ୱାସ୍ଥ୍ୟ ସେବା ଛାତ୍ରଛାତ୍ରୀମାନଙ୍କର ବ୍ୟବହାରିକ ଜ୍ଞାନ ବୃଦ୍ଧି ନିମନ୍ତେ ସହାୟକ ହେବ ବୋଲି ଡକ୍ଟର ଦାଶ କହିଛନ୍ତି ।

ଏହା ଛଡ଼ା ପ୍ରଫେସର ଦାଶ ଓ ପାପୁଆ ନିଉ ଗିନି ୟୁନିଭର୍ସିଟ ଅଫ୍ ଟେକ୍ନୋଲୋଜିର ଡକ୍ଟର କମଳାକାନ୍ତ ମୁଦିୁଲି ଓ ଡକ୍ଟର ଆଦିମୁଥୁ ରାମସାମୀଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ପ୍ରୋଜେକ୍ଟ ମ୍ୟାନେଜମେଂଟ ଆଣ୍ଡ ଇକୋନୋମିକ୍‌ସ’ ଓ ପ୍ରଫେସର ଦାଶ ଓ ଡକ୍ଟର ମୁଦୁଲିଙ୍କ ଦ୍ୱାରା ଲିଖିତ ‘ଅପରେସନ୍ ମ୍ୟାନେଜମେଂଟ’କୁ ମଧ୍ୟ ପ୍ରଫେସର ନାୟକ ଉନ୍ମୋଚିତ କରିଥିଲେ । ପ୍ରଫେସର ନାୟକ ଲେଖକ ମାନଙ୍କର ଅଦମ୍ୟ ପ୍ରଚେଷ୍ଟା ଓ ଗୁଣାତ୍ମକ ପୁସ୍ତକ ଲେଖା ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.