ପ୍ରମୁଖ ଖବର

କଂଗ୍ରେସର ଉଗ୍ର ରୂପ, ଭକ୍ତ-ତାରା-ମୋକିମଙ୍କୁ ଉଠାଇ ନେଲା ପୋଲିସ
ଆଉ ୮ଟି ସହରରେ ‘ଆମ ବସ୍’ ଗଡ଼ିବ, ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, କେନ୍ଦୁଝର, ବାରିପଦା, ଜୟପୁର, ବାଲେଶ୍ୱର ଏବଂ ରାୟଗଡ଼ା ସହରର ଲୋକଙ୍କୁ ବସ୍ ସେବା ଯୋଗାଇ ଦିଆଯିବ
କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ ୪୫ କୋଟି ୪୬ ଲକ୍ଷ କ୍ଷତି
ବର୍ଷକରେ ୨୬୩ ପଡା ଗାଁକୁ ମିଳିଛି ରାଜସ୍ୱ ଗାଁ ମାନ୍ୟତା
ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନଭୋଜନ
ମିଶରର ଲାଲ ସାଗରରେ ଏକ ପର୍ଯ୍ୟଟକ ବୁଡ଼ାଜାହାଜ ବୁଡ଼ିଯିବାରୁ ଛଅ ଜଣଙ୍କର ମୃତ୍ୟୁ
କମ୍‌ ରୋଜଗାର ଥିଲେ କଟିବନି ରାସନକାର୍ଡ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ମହୁମାଛି ଦିବସ ପାଳିତ

0

ଭୁବନେଶ୍ୱର, ୨୧ / ୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ (ଆଇଏଏସ୍‌)ର କୀଟତତ୍ୱ ବିଭାଗ ପକ୍ଷରୁ ସୋମବାର ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କୀଟତତ୍ୱ ବିଭାଗର ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାକୁ ମହାବିଦ୍ୟାଳୟ ରୁ ବିଶ୍ୱବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ପାଳନ କରାଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଆଇଏଏସ୍‌ର ପ୍ରଫେସର ବିବୁଧ ପରାଶର, ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ପ୍ରଫେସର ଏସ୍‌.ଏମ୍‌.ଏ ମଣ୍ଡଳ ଯୋଗ ଦେଇ ଏହି ଦିବସର ଲକ୍ଷ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । କୀଟତତ୍ୱ ବିଭାଗର ମୁଖ୍ୟ ତଥା ବରିଷ୍ଠ କୀଟତତ୍ୱବିତ୍ ପ୍ରଫେସର ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ମହୁମାଛି ପାଳନ ତତ୍ୱାବଧାରକ ପ୍ରଫେସର ବ୍ରଜ କିଶୋର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡକ୍ଟର ସତ୍ୟନାରାୟଣ ଶତପଥୀ ଧନ୍ୟବାଦ ଦେଇଥିଲେ । ଡକ୍ଟର ଭୁବନାନନ୍ଦ ଅଧିକାରୀ, ଡକ୍ଟର ସ୍ୱୟମ୍ ସିଂହ, ଡକ୍ଟର ରିତେଶ ମିଶ୍ର, ଶ୍ରୀ ବିଶ୍ୱଜିତ ମିଶ୍ର, ଡକ୍ଟର ପ୍ରଜ୍ଞା ପତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଭାଗର ଗବେଷଣାରତ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ସୋଆ ଛତାବର ଗବେଷଣା କେନ୍ଦ୍ରରୁ ସଦ୍ୟ ଉତ୍ପାଦିତ ମହୁ ପ୍ରଦର୍ଶନ କରାଯାଇଥିଲା ।

Leave A Reply

Your email address will not be published.