ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଗେମିଂ ଜୋନରେ ନିଆଁ ଲାଗି ୨୪ ଜଣ ଶିଶୁଙ୍କ ମୃତ୍ଯୁ

0

ରାଜକୋଟ: ଗୁଜୁରାଟର ରାଜକୋଟରେ ଥିବା ଗେମିଂ ଜୋନରେ ନିଆଁ ଲାଗି ୨୪ ଜଣ ଶିଶୁଙ୍କ ମୃତ୍ଯୁ ହୋଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବା ଆଶଂକା କରାଯାଉଛି। ରାଜକୋଟ ସହରରେ ଥିବା ଟିଆରପି ଗେମିଂ ଜୋନରେ ଭୟଙ୍କର ନିଆ ଲାଗିଥିଲା। ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିବା ବେଳେ ରାଜକୋଟ ପୁଲିସ କମିଶନର ଅଗ୍ନିକାଣ୍ଡର କାରଣ ଖୋଜୁଥିବା କହିଛନ୍ତି। ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ପୁଲିସ କମିଶନର କହିଛନ୍ତି।

ଅଗ୍ନିକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀର ଏକାଧିକ ଟିମ। ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥା କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ନିଆଁ ଲିଭିବା ପରେ କୁଲିଂ ଅପରେସନ ଚାଲିବ। ଏହାପରେ ପ୍ରକୃତ ମୃତାହତଙ୍କ ସଂଖ୍ଯା ସ୍ପଷ୍ଟ ହୋଇପାରିବ ବୋଲି ଅଗ୍ନିଶମବାହିନୀର ଅଧିକାରୀ କହିଛନ୍ତି। ପବନ ଜୋରରେ ବହୁଥିବାରୁ ନିଆଁ ଲିଭାଇବାକୁ କଠିନ ପରିଶ୍ରମ କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ଜଣାପଡିଛି। ଅନ୍ୟପକ୍ଷରେ ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.