ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ମେ ୨୬ରେ ମାଟ୍ରିକ ପରୀକ୍ଷାର ଫଳ

0

କଟକ: ଦଶମ ମାଟ୍ରିକ ପରୀକ୍ଷାର ଫଳ ମେ ୨୬ ତାରିଖ ଦିନ ପ୍ରକାଶ ପାଇବ। ଏନେଇ ଆଜି ବୋର୍ଡ ସଭାପତି ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି। ପ୍ରଥମ ଥର ପାଇଁ ବିଦ୍ୟାର୍ଥୀ ଫଳ ପ୍ରକାଶନର ୬ ଘଣ୍ଟା ମଧ୍ୟରେ ଡିଜିଟାଲ ମାଟ୍ରିକ ପ୍ରମାଣ ପତ୍ର ପାଇପାରିବେ। ଫଳାଫଳକୁ ନେଇ ଥିବା କୌଣସି ସମସ୍ୟାର ସାମଧାନ ପାଇଁ ଆଜିଠାରୁ ବୋର୍ଡ ତାର କଣ୍ଟେଲ ରୁମରେ କାଉସିଲରମାନଙ୍କୁ ନିଯୁକ୍ତ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୬ ତାରିଖରେ ମାଟ୍ରିକ୍ ରେଜଲ୍ଟ। ରବିବାର ଦିନ ୧୦ଟା ୩୦ରେ ଫଳାଫଳ ଘୋଷଣା। ଏକଘଣ୍ଟା ମଧ୍ଯରେ ୱେବସାଇଡିରେ ଉପଲବ୍ଧ ହେବ ଫଳ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି। ପ୍ରଥମ ଥର ପାଇଁ ରେଜଲ୍ଟ ଘୋଷଣାର ୬ ଘଣ୍ଟା ମଧ୍ଯରେ ଅନଲାଇନ ଓ ୱାଟ୍ସଅପରେ ଡିଜିଟାଲ ମାଟ୍ରିକ ପ୍ରମାଣପାତ୍ର ପାଇପାରିବେ ଛାତ୍ରଛାତ୍ରୀ।

ଫଳ ପ୍ରକାଶନର ଏକ ଘଣ୍ଟା ମଧ୍ଯରେ www.bscodisha.ac.In ସାଇଡରେ ଉପଲବ୍ଧ ହେବ ରେଜଲ୍ଟ। ଇଣ୍ଟରନେଟ୍ ସମସ୍ୟା ଥିବା ଅଞ୍ଚଳର OR-10-ରୋଲ ନାମ୍ବର ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ରେଜଲ୍ଟ ମିଳିପାରିବ। ରି-ଚେକିଙ୍ଗ ପାଇଁ ମେ ୨୯ରୁ ଜୁନ ୧୨ ପର୍ଯ୍ୟନ୍ତ ୧୫ ଦିନ ସମୟ ଦିଆଯାଇଛି। ବିଦ୍ୟାର୍ଥୀଙ୍କ ପରୀକ୍ଷା ଫଳ ଜନିତ ସମସ୍ତ ସମସ୍ୟାର ସମାଧାନ ପାଇଁ କାଉନସିଲରଙ୍କୁ ନେଇ ଖୋଲାଯାଇଛି କଣ୍ଟ୍ରୋଲ ରୁମ।

Leave A Reply

Your email address will not be published.