ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ଗେମିଂ ଜୋନରେ ନିଆଁ ଲାଗି ୨୪ ଜଣ ଶିଶୁଙ୍କ ମୃତ୍ଯୁ

0

ରାଜକୋଟ: ଗୁଜୁରାଟର ରାଜକୋଟରେ ଥିବା ଗେମିଂ ଜୋନରେ ନିଆଁ ଲାଗି ୨୪ ଜଣ ଶିଶୁଙ୍କ ମୃତ୍ଯୁ ହୋଇଛି। ଏଥିରେ ଅନେକ ଆହତ ହୋଇଛନ୍ତି। ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବା ଆଶଂକା କରାଯାଉଛି। ରାଜକୋଟ ସହରରେ ଥିବା ଟିଆରପି ଗେମିଂ ଜୋନରେ ଭୟଙ୍କର ନିଆ ଲାଗିଥିଲା। ଏହି ଘଟଣା ଶନିବାର ସନ୍ଧ୍ୟାରେ ଘଟିଥିବା ବେଳେ ରାଜକୋଟ ପୁଲିସ କମିଶନର ଅଗ୍ନିକାଣ୍ଡର କାରଣ ଖୋଜୁଥିବା କହିଛନ୍ତି। ଏହି ଘଟଣା ପରେ ସହରର ସମସ୍ତ ଗେମିଂ ଜୋନ୍ ବନ୍ଦ କରିବାକୁ ପୁଲିସ କମିଶନର କହିଛନ୍ତି।

ଅଗ୍ନିକାଣ୍ଡର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମବାହିନୀର ଏକାଧିକ ଟିମ। ଆହତଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ଯୋଗାଇ ଦେବା ବ୍ୟବସ୍ଥା କରାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ନିଆଁ ଲିଭିବା ପରେ କୁଲିଂ ଅପରେସନ ଚାଲିବ। ଏହାପରେ ପ୍ରକୃତ ମୃତାହତଙ୍କ ସଂଖ୍ଯା ସ୍ପଷ୍ଟ ହୋଇପାରିବ ବୋଲି ଅଗ୍ନିଶମବାହିନୀର ଅଧିକାରୀ କହିଛନ୍ତି। ପବନ ଜୋରରେ ବହୁଥିବାରୁ ନିଆଁ ଲିଭାଇବାକୁ କଠିନ ପରିଶ୍ରମ କରିବାକୁ ପଡୁଛି। ବର୍ତ୍ତମାନ ସୁଦ୍ଧା ନିଆଁ ଆୟତ୍ତ ହୋଇନଥିବା ଜଣାପଡିଛି। ଅନ୍ୟପକ୍ଷରେ ଆହତଙ୍କ ତୁରନ୍ତ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.