ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଏଜେଣ୍ଟଙ୍କୁ ପନିକି ଚୋଟ

0

ଭୁବନେଶ୍ବର: ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ମଧ୍ୟ ଦେଖାଦେଇଛି ହିଂସା। କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ମାରଣାତ୍ମକ ଘଟଣା। ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଜେଡି ସମର୍ଥକମାନେ ଏଭଳି ଅଭାବନୀୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି।

ଅନ୍ୟପକ୍ଷରେ ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଥ୍‌ ଜବରଦଖଲ ଉଦ୍ୟମରୁ ଏଭଳି ହୋଇଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ମୁତୟନ ରହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଆହତମାନେ କହିଛନ୍ତି ଯେ ବିଜେଡି ସମର୍ଥକମାନେ ବୁଥ୍ ପଶିବାକୁ ଉଦ୍ୟମ କରିଥିଲେ। ବିଜେପି ପ୍ରାର୍ଥୀ ଅରିନ୍ଦମ କହିଛନ୍ତି ଯେ ବିଜେଡି ଭୋଟ କମୁଥିବା ପରିପ୍ରେକ୍ଷୀରେ ସେମାନେ ଡରାଇ ଧମକାଇ ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ପୁଲିସ ପ୍ରଶାସନ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସାଲେପୁରବାସୀ ଅନ୍ୟାୟ ବିରୋଧରେ ସ୍ୱର ଉଠାନ୍ତୁ ବୋଲି ଅରନ୍ଦିମ କହିଛନ୍ତି।  

ସେହିପରି ସାଲେପୁର ବାଲିସାହି ପଞ୍ଚାୟତ ରାଘପୁର ବୁଥରେ ବିଜେଡି ଓ କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଛନ୍ତି।

Leave A Reply

Your email address will not be published.