ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଏଜେଣ୍ଟଙ୍କୁ ପନିକି ଚୋଟ

0

ଭୁବନେଶ୍ବର: ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ମଧ୍ୟ ଦେଖାଦେଇଛି ହିଂସା। କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ମାରଣାତ୍ମକ ଘଟଣା। ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବିଜେଡି ସମର୍ଥକମାନେ ଏଭଳି ଅଭାବନୀୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛି ବିଜେପି।

ଅନ୍ୟପକ୍ଷରେ ସମସ୍ତ ଆହତଙ୍କୁ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବୁଥ୍‌ ଜବରଦଖଲ ଉଦ୍ୟମରୁ ଏଭଳି ହୋଇଥିବା କୁହାଯାଉଛି। ପୁଲିସ ଘଟଣାସ୍ଥଳରେ ମୁତୟନ ରହିଛନ୍ତି। ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବୃଦ୍ଧି କରାଯାଇଛି। ଆହତମାନେ କହିଛନ୍ତି ଯେ ବିଜେଡି ସମର୍ଥକମାନେ ବୁଥ୍ ପଶିବାକୁ ଉଦ୍ୟମ କରିଥିଲେ। ବିଜେପି ପ୍ରାର୍ଥୀ ଅରିନ୍ଦମ କହିଛନ୍ତି ଯେ ବିଜେଡି ଭୋଟ କମୁଥିବା ପରିପ୍ରେକ୍ଷୀରେ ସେମାନେ ଡରାଇ ଧମକାଇ ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ପୁଲିସ ପ୍ରଶାସନ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସାଲେପୁରବାସୀ ଅନ୍ୟାୟ ବିରୋଧରେ ସ୍ୱର ଉଠାନ୍ତୁ ବୋଲି ଅରନ୍ଦିମ କହିଛନ୍ତି।  

ସେହିପରି ସାଲେପୁର ବାଲିସାହି ପଞ୍ଚାୟତ ରାଘପୁର ବୁଥରେ ବିଜେଡି ଓ କଂଗ୍ରେସ ମଧ୍ୟ ମୁହାଁମୁହିଁ ହୋଇଛନ୍ତି।

Leave A Reply

Your email address will not be published.