ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ବିଜେଡି କହିଲା, ଭୁଲ୍ ହେବ ଆକଳନ

0

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ୪୮ ଘଣ୍ଟା ବାକି ରହିଛି। ଏହା ପୂର୍ବରୁ ପ୍ରକାଶ ପାଇଥିବା ବୁଥ୍ ବାହୁଡ଼ା ମତକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ଏମିତି ସମୟରେ ବିଜୁ ଜନତା ଦଳ ଗୋଟିଏ ବଡ଼ ବୟାନ ଦେଇଛି। ବିଜେଡି ନେତା ତଥା ଦଳର ସାମାଜିଣ ଗଣମାଧ୍ୟମ ଓ୍ବିଙ୍ଗ୍‌ର ମୁଖ୍ୟ ସ୍ବୟଂ ପ୍ରକାଶ ମହାପାତ୍ର ଏକ୍ସରେ କହିଛନ୍ତି ଯେ ଏସିରେ ବସି ଜାତୀୟ ସଂସ୍ଥାମାନେ ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଓଡ଼ିଶା କ୍ଷେତ୍ରରେ ତାହା ସତ ହେବାର ନାହିଁ। ୨୦୨୪ରେ ବୁଥ୍‌ ବାହୁଡ଼ା ମତ ଓ ୪ ତାରିଖରେ ଆସିବାକୁ ଥିବା ଫଳାଫଳ ଅଲଗା ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଏହି ଅବସରରେ ସେ ୨୦୧୯ ମସିହାର ଫଳାଫଳ ବି ଉଲ୍ଲେଖ କରିଛନ୍ତି। ସେବେ ମଧ୍ୟ ଯେତେ ଆକଳନ ହୋଇଥିଲା, ତାହା ସଠିକ୍ ନଥିଲା। ବରଂ ବିଜେଡି ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟ ହିଁ ଭୋଟ ଫଳାଫଳ ସହିତ ମିଶିଥିଲା। ଏଥର ଅନୁରୂପ ଘଟଣା ଘଟିବ।

ଏଥର ବିଜେଡି ୧୧୭ ବିଧାନସଭାରେ ଜିତିବ ବୋଲି ପୂର୍ବାନୁମାନ କରିଛି। ସେହିଭଳି ଦଳ ୧୧ଟି ଲୋକସଭାରେ ନିର୍ବାଚନ ନିଶ୍ଚିତ ଜିତିବ ବୋଲି ଦର୍ଶାଇଛି।

Leave A Reply

Your email address will not be published.