ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ତାତି ଥମିବା ନାଁ ଧରୁନି, ଯନ୍ତ୍ରଣା ଆଉ ୭୨ ଘଣ୍ଟା

0

ଭୁବନେଶ୍ବର: ରାଜ୍ୟରେ ତାତି ଥମିବାର ନାଁ ଧରୁନି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଆଜି ପୁଣି ଥରେ ଗଣମାଧ୍ୟମକୁ ସୂଚନା ଦେଇ ତାତିର ଭୟାବହତା ସଂପର୍କରେ ସତର୍କ କରାଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୩ ଦିନ ଯାଏଁ ଜାରି ରହିବ ଅଂଶୁଘାତ ଭଳି ପରିସ୍ଥିତି। ଖଇ ଫୁଟିବ। ସେହିଭଳି ଉପକୂଳ ଓଡିଶାରେ ମଧ୍ୟ ପ୍ରଚଣ୍ଡ ଗୁଳୁଗୁଳି ପାଞ୍ଚ ଦିନ ଯାଏ କଲବଲ କରିପାରେ।

ପାଣିପାଗ ବିଜ୍ଞାନ କେନ୍ଦ୍ର ଆହୁରି କହିଛି ଯେ ରବିବାର ଦିନ ରାଜ୍ୟର ବଲାଙ୍ଗିର,ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ତାତି ଅପରିବର୍ତ୍ତିତ ରହିବ। ବଲାଙ୍ଗୀର, ବରଗଡ଼କୁ ଅରେଞ୍ଜ ଓ କଳାହାଣ୍ଡି , ନୂଆପଡ଼ା, ସୋନପୁରରେ ୟେଲୋ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ତାତିରେ ପରିବର୍ତ୍ତନ ସମ୍ଭାବନା ପ୍ରାୟତଃ ନାହିଁ।

ଏପଟେ ରାଜ୍ୟର କିଛି କିଛି ସ୍ଥାନରେ ଆଜି ବର୍ଷା ହୋଇପାରେ। ବିଶେଷକରି ଦକ୍ଷିଣ-ଉତ୍ତର ଓଡ଼ିଶା ଅନ୍ତର୍ଗତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଝାରସୁଗୁଡ଼ା, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ଅନୁଗୁଳ, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ନୂଆପଡ଼ାର କିଛି କିଛି ସ୍ଥାନରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ।

Leave A Reply

Your email address will not be published.