ପ୍ରମୁଖ ଖବର

କୃଷକଙ୍କୁ ସରକାରଙ୍କ ଦୀପାବଳି ଭେଟି,ରବି ଫସଲଗୁଡ଼ିକରବଢ଼ାଇଲେ ଏମଏସପି
ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି
ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ଆଇନ ସମୀକ୍ଷା ଆୟୋଗ: ଆଇନ ମନ୍ତ୍ରୀ
ରାଜଧାନୀରେ ନକଲି କଲ୍ ସେଣ୍ଟରରେ ଚଢ଼ାଉ, ୬ ଅଟକ
ହରିୟାଣାର ମୁଖ୍ୟମନ୍ତ୍ରୀ ହେବେ ନାୟବ ସିଂ ସାଇନି, କାଲି ନେବେ ଶପଥ
ଏଣିକି ଡ୍ରାଇଭିଂ ଟେଷ୍ଟିଂ ବେଳେ ଜଗିବ ଏଆଇ
ସ୍ୱତନ୍ତ୍ର ଘିଅ ଡିପୋ ପାଇଁ ଓମଫେଡକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

କେନ୍ଦ୍ରରେ କଡା ଟକ୍କର, ସବୁଠି ବିଜେପି ଆଗରେ

0

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗୁଆ ଅଛନ୍ତି। ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନରୁ ୭୩୧୧ ଭୋଟ୍‌ରେ ଆଗୁଆ ଅଛନ୍ତି। ଲକ୍ଷ୍ନୌ ଲୋକସଭା ଆସନରେ ଆଗରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିଲ୍ଲୀର ୭ଟି ଲୋକସଭା ଆସନରେ ଚାଲିଛି ଭୋଟ୍‌ ଗଣତି। ତେବେ ଦ୍ୱିତୀୟ ରାଉଣ୍ଡ ଗଣତିରେ ୭ଟି ଯାକ ଆସନରେ ବିଜେପି ଆଗରେ ରହିଛି।ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ଆଗରେ ରହିଛନ୍ତି।

ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବ୍ରଜ ଭୂଷଣ ଶରଣ ସିଂଙ୍କ ପୁଅ କରଣ ଭୂଷଣ ସିଂ କେସିଆରଗଞ୍ଜ ଆସନରେ ଆଗୁଆ ଅଛନ୍ତି। ୟୁପିରେ ବୁଲନ୍ଦସହର ଆସନରେ ବିଜେପି ଆଗରେ ରହିଛି। ୟୁପିରେ ୧୦ ଟି ଆସନରେ ଏସପି ଆଗୁଆ ଅଛନ୍ତି। ଏଥିରେ ଘୋସି, ମେରଥାନ, କନ୍ନୌଜ, ମେନ୍ପୁରୀ, ଆମଲା, ବାଦାଉନ୍, ବହରାଇଚ୍ ଏଟା, ଜାଲାଉନ୍, କୌଶମ୍ବୀ ଅନ୍ତର୍ଭୁକ୍ତ। ରାମପୁରରେ ମଧ୍ୟ ଏସପି ପ୍ରାର୍ଥୀ ମୁହୁବୁଲ୍ଲା ନାଡଭି ଆଗରେ ଅଛନ୍ତି।

ଦକ୍ଷିଣ ଦିଲ୍ଲୀର ବିଜେପି ପ୍ରାର୍ଥୀ ଥିବା ରାମବୀର ସିଂହ ବିଧୁଡି ଆମ୍‌ ଆଦମୀ ପ୍ରାର୍ଥୀ ସହିରାମ ପହଲବାନଙ୍କ ଠାରୁ ୪୨୨୭ ଭୋଟ୍‌ରେ ଆଗୁଆ ଅଛନ୍ତି। ସେହିପରି ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକସଭା ଆସନରେ ବିଜେପିର ଯୋଗେନ୍ଦ୍ର ଚନ୍ଦୋଲିଆ କଂଗ୍ରେସ ପ୍ରାର୍ଥୀ ବିଜେପି ରାଜାଙ୍କ ଠାରୁ ୭୭୩୬ ଭୋଟ୍‌ରେ ଆଗୁଆ ଅଛନ୍ତି। ହିମାଚଳପ୍ରଦେଶ ମଣ୍ଡିରେ ୩୦ ହଜାର ଭୋଟରେ ଆଗୁଆ ଅଛନ୍ତି ବିଜେପି ପ୍ରାର୍ଥୀ କଙ୍ଗନା ରଣାୱତ । ମିରଟରେ ଅରୁଣ ଗୋଭିଲ ଆଗରେ ଅଛନ୍ତି ।

Leave A Reply

Your email address will not be published.