ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି

0

ଭୁବନେଶ୍ବଣ: ଆରମ୍ଭ ହେଲା ଭୋଟ୍ ଗଣତି । ରାଜ୍ୟରେ ୭୦ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଆରମ୍ଭ ହୋଇଛି । ପୋଷ୍ଟାଲ ବାଲାଟ ଗଣତି ଶେଷ ପରେ ଇଭିଏମ ଗଣତି ଆରମ୍ଭ ହେବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପାଇଁ ସିଆରପିଏଫ୍ ଯବାନ, ଡିସିପି ଭୁବନେଶ୍ବର ନେତୃତ୍ୱରେ ୮ ଜଣ ଏଡିସିପି, ୧୪ ଏସିପି ୩୫ ଜଣ ଇନସିପେକ୍ଟର, ୨୦୦ ଅଫିସର, ୩୮ ପ୍ଲାଟୁନ୍ ଆର୍ମ ପୋଲିସ ଫୋର୍ସ, ୫ କଂପାନୀ ସିଏପିଏଫ୍ ନିୟୋଜିତ ହୋଇଛନ୍ତି।

ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଆଗୁଆ ଅଛନ୍ତି। ତେବେ ଆଜି ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଅପରାଜିତା ଆଗୁଆ ଥିବା ଜଣାଯାଇଛି। ସେହିପରି ବରଗଡ଼ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଥିବା ବେଳେ ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡିର ଦୀପାଳି ଦାସ ଆଗୁଆ ଅଛନ୍ତି। ପୁରୀ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଆଗୁଆ ଅଛନ୍ତି। ଭୁବନେଶ୍ୱର ମଧ୍ୟ ଆସନରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଆଗୁଆ ଥିବା ସୂଚନା ମିଳୁଛି।

Leave A Reply

Your email address will not be published.