ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାରଣାସିରୁ ତୃତୀୟ ଥର ଜିତିଲେ ନରେନ୍ଦ୍ର ମୋଦି

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ଉତ୍ତର ପ୍ରଦେଶର ବାରଣାସୀ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ସେ କଂଗ୍ରେସର ଅଜୟ ରାୟଙ୍କ ପ୍ରାୟ ଦେଢ ଲକ୍ଷ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ମୋଦୀଙ୍କୁ ପ୍ରାୟ ୬ ଲକ୍ଷ ୧୨ ହଜାର ଭୋଟ ମିଳିନଥିବାବେଳେ ଅଜୟ ରାୟଙ୍କୁ ୪ ଲକ୍ଷ ୬୦ ହଜାର ଭୋଟ ମଳିଛି। ୩ୟ ସ୍ଥାନରେ ରହିଛନ୍ତି ବହୁଜନ ସମାଜ ପାର୍ଟିର ଅଥର ଜମାଲ ଲାରି। ତାଙ୍କୁ ୩୩ ହଜାର ୭୬୬ ଭୋଟ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀରୁ ଜିତିବାର ହ୍ୟାଟ୍ରିକ୍ କରିଥିଲେ ବି ଏଥର ତାଙ୍କର ଭୋଟ ବ୍ୟବଧାନ ଯଥେଷ୍ଟ ହ୍ରାସ ପାଇଛି । ୨୦୧୪ ଓ ୨୦୧୯ରେ ସେ ବାରାଣାସୀରୁ ଯଥେଷ୍ଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.