ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦିଲ୍ଲୀରେ ବିଧାନସଭା ନିର୍ବାଚନ ଏକା ଲଢ଼ିବ ଆପ୍‌

0

ନୂଆଦିଲ୍ଲୀ: ଚଳିତ ଲୋକସଭାରେ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା କ୍ଷମତାସୀନ ଆପ୍‌ ନେଇଛି ବଡ଼ ନିଷ୍ପତ୍ତି। ଆସନ୍ତାବର୍ଷ ପ୍ରଥମ ଭାଗରେ ହେବାକୁ ଥିବା ଦିଲ୍ଲୀ ବିଧାନସଭାରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍‌ ଏକାକୀ ଲଢ଼ିବ ବୋଲି ଆଜି ଘୋଷଣା କରିଛି।

ସୂଚନା ଅନୁସାରେ, ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ। ଏଥିରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ସାମିଲ ଥିଲେ । ଏହି ବୈଠକ ପରେ ବଡ଼ ଘୋଷଣା କରିଛି ଆପ୍‌। ଦିଲ୍ଲୀରେ ଆମ ଆଦମି ପାର୍ଟି ଏକାକୀ ବିଧାନସଭା ନିର୍ବାଚନ ଲଢିବା ନେଇ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି ଆପ୍‌ ଦିଲ୍ଲୀ ସଂଯୋଜକ ଗୋପାଳ ରାୟ।

ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ଉଭୟ ମିଶି ନିର୍ବାଚନ ଲଢିଥିଲେ । କିନ୍ତୁ ଏହି ନିର୍ବାଚନରେ ଆପ୍‌ ପରାଜୟ ବରଣ କରିଥିବା ବେଳେ ସମସ୍ତ ୭ଟି ଆସନକୁ ପୋଛି ନେଇଛି ବିଜେପି । ଏଣୁ ଆଗାମୀ ବିଧାନସଭା ନିର୍ବାଚନରେ ଆପ୍‌ ଏକାକୀ ନିର୍ବାଚନ ଲଢିବ, କିନ୍ତୁ ତାନାସାହି ବିରୋଧରେ ଲଢେଇ ଜାରି ରହିବ ବୋଲି ଗୋପାଳ କହିଛନ୍ତି। ମନ୍ତ୍ରୀ ଗୋପାଳ ରାଏ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କଂଗ୍ରେସ ସହ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା। କିନ୍ତୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କୌଣସି ମେଣ୍ଟ ହୋଇନାହିଁ। ଆମେ ଏକାକୀ ନିର୍ବାଚନ ଲଢ଼ିବୁ।

Leave A Reply

Your email address will not be published.