ପ୍ରମୁଖ ଖବର

ନିଖୋଜର ୧୨ ଦିନ ପରେ ଏସସିବିରୁ ଯୁବକ ଉଦ୍ଧାର
ଦିଲ୍ଲୀ ବିସ୍ଫୋରଣ ପଛରେ ବାଂଲାଦେଶ ଲିଙ୍କ୍‌
୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
୨ ସନ୍ଦିଗ୍ଧ ବାଂଲାଦେଶୀ ଅଟକ, ବନ୍ଧୁକ ସହ ୧୦ଟି କଟୁରୀ ଜବତ
ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ
ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ
ଟ୍ରାଫିକ୍ ଜରିମାନା ୫୦% ହ୍ରାସ କଲେ ଓଡ଼ିଶା ସରକାର
ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କେଉଁ ଆସନ ଛାଡ଼ିବେ ରାହୁଲ ?

0

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲୀ ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି। ଏହି ଦୁଇ ଆସନ ମଧ୍ୟରୁ ତାଙ୍କୁ ଗୋଟିଏ ଛାଡ଼ିବାକୁ ପଡ଼ିବ। ଏହାକୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀର ଲୋକ ଦ୍ୱନ୍ଦ୍ୱରେ ଥିବା ବେଳେ ରାହୁଲ ତାଙ୍କ ୱାୟନାଡ ଆସନ ଛାଡ଼ିବେ ବୋଲି ଜଣାପଡ଼ିଛି।

ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତିବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍‌ ମଧ୍ୟ ହରାଇବାର ଆଶଙ୍କା ରହିଛି। ତେଣୁ ରାହୁଲଙ୍କୁ ଗୋଟିଏ ଆସନ ଏବେ ଛାଡ଼ିବାକୁ ପଡ଼ିବ।

ଶନିବାର କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏ ପ୍ରସଙ୍ଗ ଉଠିଥିଲା। ଏହି ସମୟରେ କେରଳର ସାଂସଦ କୋଡିକୁନ୍ନିଲ ସୁରେଶ ଖୋଲାଖୋଲି ଭାବେ ରାହୁଲ ଗାନ୍ଧି ୱାୟନାଡ ଆସନ ରଖନ୍ତୁ ବୋଲି ମତ ରଖିଥିଲେ। କିନ୍ତୁ ଅଧିକାଂଶ କଂଗ୍ରେସ ହେଭିୱେଟ ରାଏବରେଲୀ ଆସନ ରଖିବାକୁ ରାହୁଲଙ୍କୁ କହିଛନ୍ତି।

Leave A Reply

Your email address will not be published.