ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

କେଉଁ ଆସନ ଛାଡ଼ିବେ ରାହୁଲ ?

0

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଏବରେଲୀ ଓ କେରଳର ୱାୟନାଡ ଆସନରୁ ଜିତିଛନ୍ତି। ଏହି ଦୁଇ ଆସନ ମଧ୍ୟରୁ ତାଙ୍କୁ ଗୋଟିଏ ଛାଡ଼ିବାକୁ ପଡ଼ିବ। ଏହାକୁ ନେଇ ଉଭୟ ନିର୍ବାଚନ ମଣ୍ଡଳୀର ଲୋକ ଦ୍ୱନ୍ଦ୍ୱରେ ଥିବା ବେଳେ ରାହୁଲ ତାଙ୍କ ୱାୟନାଡ ଆସନ ଛାଡ଼ିବେ ବୋଲି ଜଣାପଡ଼ିଛି।

ଜନପ୍ରତିନିଧି ଆଇନ ଅନୁଯାୟୀ, ଜଣେ ରାଜନେତା ଅତିବେଶୀରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଲଢ଼ିପାରିବେ। ଯଦି ସେ ଉଭୟ ଆସନରେ ଜିତୁଛନ୍ତି, ତା’ହେଲେ ତାଙ୍କୁ ରେଜଲ୍ଟ ବାହାରିବାର ୧୪ ଦିନ ମଧ୍ୟରେ ଗୋଟିଏ ଆସନରୁ ଇସ୍ତଫା ଦେବାକୁ ପଡ଼ିବ। ଯଦି ଜଣେ ଗୋଟିଏ ଆସନରୁ ଇସ୍ତଫା ନ ଦିଅନ୍ତି, ତା’ହେଲେ ସେ ଉଭୟ ସିଟ୍‌ ମଧ୍ୟ ହରାଇବାର ଆଶଙ୍କା ରହିଛି। ତେଣୁ ରାହୁଲଙ୍କୁ ଗୋଟିଏ ଆସନ ଏବେ ଛାଡ଼ିବାକୁ ପଡ଼ିବ।

ଶନିବାର କଂଗ୍ରେସ ୱାର୍କିଂ କମିଟି ବୈଠକରେ ଏ ପ୍ରସଙ୍ଗ ଉଠିଥିଲା। ଏହି ସମୟରେ କେରଳର ସାଂସଦ କୋଡିକୁନ୍ନିଲ ସୁରେଶ ଖୋଲାଖୋଲି ଭାବେ ରାହୁଲ ଗାନ୍ଧି ୱାୟନାଡ ଆସନ ରଖନ୍ତୁ ବୋଲି ମତ ରଖିଥିଲେ। କିନ୍ତୁ ଅଧିକାଂଶ କଂଗ୍ରେସ ହେଭିୱେଟ ରାଏବରେଲୀ ଆସନ ରଖିବାକୁ ରାହୁଲଙ୍କୁ କହିଛନ୍ତି।

Leave A Reply

Your email address will not be published.