ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ପଦ ଛାଡିଲେ କଂଗ୍ରେସ ନେତା ଭକ୍ତ ଦାସ

0

ଭୁବନେଶ୍ବର: କଂଗ୍ରେସର ଶୋଚନୀୟ ପରାଜୟ ପରେ ପଦ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ। ରାଜ୍ୟରେ ଉଭୟ ବିଧାନସଭା ଓ ଲୋକସଭା ଆସନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ପଦ ଛାଡ଼ିଛନ୍ତି ।କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ଏବେ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।

ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ସେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପଠାଇଛନ୍ତି ଭକ୍ତ।

Leave A Reply

Your email address will not be published.