ପ୍ରମୁଖ ଖବର

ସାତ ବର୍ଷ ପରେ ପୁଣି ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୨୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଓଡ଼ିଶାର ଟିମ୍‌ ଖେଳିବ ମ୍ୟାଚ୍‌
ସୁପ୍ରିମକୋର୍ଟରୁ ଜାମିନ ମିଳିଲା ପରେ ମଧ୍ୟ ଜେଲରୁ ବାହାରି ପାରିବେନି କେଜ୍ରିୱାଲ
ଆସ୍ଥା ଭୋଟ୍ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ
ରଥ ଉପରକୁ ମୋବାଇଲ ମନା; ନିୟମ ଭାଙ୍ଗିଲେ ହେବ କଡା କାର୍ଯ୍ୟାନୁଷ୍ଠାନ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ ହେଲେ ଅରବିନ୍ଦ ପାଢ଼ୀ
ଫୁଟବଲ ଆସୋସିଏଶନ ଅଫ ଓଡ଼ିଶାର ସଭାପତି ହେଲେ ସମୀର ଦେ
ରାଜଭବନ କର୍ମଚାରୀଙ୍କୁ ମାଡମାରିଲେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ
ଭୁବନେଶ୍ୱର ସପ୍ତମ ବାଟାଲିୟନ କ୍ୟାମ୍ପସରୁ ଜଣେ ଯବାନଙ୍କ ଝୁଲନ୍ତା ମୃତଦେହ ଜବତ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

0

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମଥର ପାଇଁ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏନେଇ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ବୁଧବାର ଶପଥ ନେଇଛନ୍ତି। ଭୁବେନଶ୍ୱରସ୍ଥିତ ଜନତା ମଇଦାନରେ ଆୟୋଜିତ ଶପଥ ପାଠ ସମାରୋହରେ ମୋହନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡା ଶପଥ ନେଇଛନ୍ତି। ଏଥି ସହିତ ଓଡ଼ିଶାର ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ୮ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୫ ରାଷ୍ଟ୍ରମନ୍ତ୍ରୀ। ସମସ୍ତ ମନ୍ତ୍ରୀଙ୍କୁ ମଧ୍ୟ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁରେଶ ପୂଜାରୀ, ରବିନାରାୟଣ ନାଏକ,କୃଷ୍ଣଚନ୍ଦ୍ର ପାତ୍ର , ନିତ୍ୟାନନ୍ଦ ଗଣ୍ଡ, ପୃଥ୍ୱୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା ଏବଂ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ଅନ୍ୟପଟେ ରାଷ୍ଟ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଗଣେଶରାମ ସିଂ ଖୁଣ୍ଟିଆ , ସୂର୍ଯ୍ୟବଂଶୀ ସୁରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ ଏବଂ ସମ୍ପଦ ଚନ୍ଦ୍ର ସ୍ୱାଇଁ ।

ଜନତା ମଇଦାନରେ ଅନୁଷ୍ଠିତ ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଯୋଗଦେଇଛନ୍ତି। ଏହି ଶପଥ ଉତ୍ସବରେ ଓଡ଼ିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ସାମିଲ ଥିଲେ ।

Leave A Reply

Your email address will not be published.