ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ପୋଷ୍ଟାଲ ଚାକିରୀ ପାଇଁ ଜାଲ୍‌ ପ୍ରମାଣ ପତ୍ର : ରାଜ୍ୟରେ ବଡ ଧରଣର ସିବିଆଇ ଚଢ଼ାଉ

0

ଭୁବନେଶ୍ବର: ରାଜ୍ୟରେ ବଡ ଧରଣର ସିବିଆଇ ଚଢ଼ାଉ ଆରମ୍ଭ ହୋଇଛି I ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ୍‌ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। I ପରୀକ୍ଷାରେ ବ୍ୟାପକ ସାର୍ଟିଫିକେଟ ଜାଲ ହୋଇଥିବା ସୂଚନା ମିଳିଥିଲା I ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲାରେ ୬୭ ସ୍ଥାନରେ ରେଡ କରିଛି ସିବିଆଇ।

କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଅଞ୍ଚଳରେ ରେଡ ହୋଇଛି।ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି। ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ଜଣ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା । ଏଥିରେ ୬୩ଜଣ ପରିକ୍ଷାର୍ଥୀ ଓ ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି।

ସୂଚନାନୁସାରେ,୨୦୨୩ ଜାନୁୟାରୀ ୨୭ ତାରିଖରେ ୧୩୮୨ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଅନଲାଇନରେ ଆବେଦନ ପ୍ରକାଶ ପାଇଥିଲା I ଏହାର ସର୍ବନିମ୍ନ ଯୋଗ୍ୟତା ଦଶମ ପାସ ରହିଥିଲା I ଏଥିପାଇଁ ସର୍ବାଧିକ ନମ୍ବର ରଖିଥିବା ଏକ ମେଧା ତାଲିକା ପ୍ରସ୍ତୁତ କରାଯାଇଥିଲା I ଏବଂ ୧୫ ଦିନ ମଧ୍ୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ନିର୍ଦେଶ ରହିଥିଲା I ତେବେ ସାର୍ଟିଫିକେଟ ଯାଞ୍ଚ ବେଳେ ଏଥିରୁ ୬୩ ଜଣଙ୍କ ସାର୍ଟିଫିକେଟ ଜାଲ ବୋଲି ଜଣାପଡିଥିଲା I ଏହି ସାର୍ଟିଫିକେଟ ଗୁଡିକ ମୁଖ୍ୟତଃ,ଆଲ୍ଲାହାବାଦ ବୋର୍ଡ,ପଶ୍ଚିମବଙ୍ଗ ବୋର୍ଡ ଏବଂ ଝାଡ଼ଖଣ୍ଡ ଏକାଡେ଼ମିକ କାଉନ୍ସିଲ ପକ୍ଷରୁ ପ୍ରଦାନ କରାଯାଇଥିଲା I ଆବେଦନକାରୀ ସାର୍ଟିଫିକେଟ ଜାଲ କରିଥିବାନେଇ ସିବିଆଇ ରେ ଡାକବିଭାଗ ପକ୍ଷରୁ ଆବେଦନ କରାଯାଇଥିଲା I

Leave A Reply

Your email address will not be published.