ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି

0

ଭୁବନେଶ୍ବର: ଆସନ୍ତା ୨୦ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭାର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି କାମଚଳା ବାଚସ୍ପତି ଭାବେ ନିଯୁକ୍ତି ମିଳିଛି। ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ।। ଏ ନେଇ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ନିଯୁକ୍ତ କରିଛନ୍ତି। ସେ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ଦାଇତ୍ୱ ତୁଲାଇବେ। ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରିବେ।

ଆସନ୍ତା ୧୮ ଏବଂ ୧୯ ତାରିଖରେ ବିଧାୟକଙ୍କ ଶପଥ ପାଠ କରାଯିବ। ସେ ସମସ୍ତ ବିଧାୟକଙ୍କୁ ଶପଥ କରାଇବେ। ଓଡିଶାରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛ । କିନ୍ତୁ ନୂଆ ବାଚସ୍ପତି ନିର୍ବାଚିତ ହୋଇନାହାନ୍ତି ।

ସବୁ ବିଧାୟକ ଶପଥ ଗ୍ରହଣ କରିବା ପରେ ଆସନ୍ତା ୨୦ ତାରିଖରେ ବଚସ୍ପତି ନିର୍ବାଚନ କରାଯିବ। ଏହି ପଦବୀ ପାଇଁ ବିଜେପି ସୁରମା ପାଢୀଙ୍କ ନାମ ଘୋଷଣା କରିଛି। ବର୍ତ୍ତମାନ ସଂଖ୍ୟା ଦୃଷ୍ଟିରୁ ସେ ବାଚସ୍ପତି ଭାବେ ନିର୍ବାଚିତ ହେବେ। ଏହା ପୂର୍ବରୁ ୨୦୧୯ ରେ ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିଲେ।

Leave A Reply

Your email address will not be published.