ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି

0

ଭୁବନେଶ୍ବର: ଆସନ୍ତା ୨୦ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭାର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି କାମଚଳା ବାଚସ୍ପତି ଭାବେ ନିଯୁକ୍ତି ମିଳିଛି। ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଛନ୍ତି ।। ଏ ନେଇ ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ନିଯୁକ୍ତ କରିଛନ୍ତି। ସେ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ଦାଇତ୍ୱ ତୁଲାଇବେ। ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ଏହି କାର୍ଯ୍ୟ କରିବେ।

ଆସନ୍ତା ୧୮ ଏବଂ ୧୯ ତାରିଖରେ ବିଧାୟକଙ୍କ ଶପଥ ପାଠ କରାଯିବ। ସେ ସମସ୍ତ ବିଧାୟକଙ୍କୁ ଶପଥ କରାଇବେ। ଓଡିଶାରେ ବିଜେପି ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛ । କିନ୍ତୁ ନୂଆ ବାଚସ୍ପତି ନିର୍ବାଚିତ ହୋଇନାହାନ୍ତି ।

ସବୁ ବିଧାୟକ ଶପଥ ଗ୍ରହଣ କରିବା ପରେ ଆସନ୍ତା ୨୦ ତାରିଖରେ ବଚସ୍ପତି ନିର୍ବାଚନ କରାଯିବ। ଏହି ପଦବୀ ପାଇଁ ବିଜେପି ସୁରମା ପାଢୀଙ୍କ ନାମ ଘୋଷଣା କରିଛି। ବର୍ତ୍ତମାନ ସଂଖ୍ୟା ଦୃଷ୍ଟିରୁ ସେ ବାଚସ୍ପତି ଭାବେ ନିର୍ବାଚିତ ହେବେ। ଏହା ପୂର୍ବରୁ ୨୦୧୯ ରେ ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସ୍ୱଳ୍ପକାଳୀନ ବାଚସ୍ପତି ଭାବେ ନିଯୁକ୍ତ ହୋଇଥିଲେ।

Leave A Reply

Your email address will not be published.