ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ପୋଲିସ କର୍ମଚାରୀ ମୃତ

0

କଟକ: ପହିଲି ରଜରେ ଅଘଟଣ। କଟକ ସଦରଥାନା କାଜି ପାଟଣାରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ବ୍ରିଜ ନିକଟରେ ବୋମା ନିଷ୍କ୍ରିୟ ଦଳ ବୋମା ନିଷ୍କ୍ରିୟ କରୁଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ କଟକ ରିଜର୍ଭ ପୋଲିସର ବାଣ ନିଷ୍କ୍ରିୟ ଟିମ୍‌ର ହାବିଲଦାର ପ୍ରଦୀପ ମଲ୍ଲିକ।

ମିଳିଥିବା ସୂଚନାନୁଯାୟୀ, ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରୁ ବାଣ ଜବତ କରାଯାଇଥିଲା। ହେଲେ ନିର୍ବାଚନ ଥିବାରୁ ସେଗୁଡିକୁ ନଷ୍ଟ କରାଯାଇ ପାରିନଥିଲା। କଟକ ସଦର ଥାନାରେ ବିଭିନ୍ନ ସମୟରେ ଜବତ ହୋଇଥିବା ବାଣକୁ ଶନିବାର କଟକ ରିଜର୍ଭ ପୋଲିସର ଏକ ତିନି ଜଣିଆ ଟିମ୍‌ ନିଷ୍କ୍ରିୟ କରିବା ପାଇଁ ଆସିଥିଲେ। ସେମାନେ ବାଣଗୁଡିକ କାଠଯୋଡ଼ି ନଦୀକୂଳକୁ ଆଣି ଦୁଇଟି ଅଲଗା ଅଲଗା ସ୍ଥାନରେ ଖାଲ କରି ନିଆଁ ଲଗାଉଥିବା ବେଳେ ବାଣଗୁଡ଼ିକ ବିସ୍ଫୋରଣ ହୋଇଥିଲା। ଫଳରେ ଉପସ୍ଥିତ ଥିବା ହାବିଲଦାର ମଲ୍ଲିକଙ୍କ ମୃତ୍ୟୁ ହୋଇଥିଲା। ବିସ୍ଫୋରଣର ପ୍ରଭାବରେ ମଲ୍ଲିକଙ୍କ ଶରୀରର ଖଣ୍ଡବିଖଣ୍ଡିତ ମାଂସଗୁଡିକ ଏତେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଖବର ପାଇ ଘଟଣାସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ମଲ୍ଲିକଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇଥିଲେ। ପରେ ଘଟଣାସ୍ଥଳରେ ଅତିରିକ୍ତ ଡିଏସ୍‌ପି ଅନିଲ ମିଶ୍ର, ପ୍ରକାଶ ପାଲ, ଦେବଦତ୍ତ କର, ଏସିପି କୃଷ୍ଣଚନ୍ଦ୍ର ସେଠୀ, ଅରୁଣ କୁମାର ସ୍ବାଇଁ,ଉମାକାନ୍ତ ପ୍ରଧାନ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରିରଖିଛନ୍ତି।

Leave A Reply

Your email address will not be published.