ପ୍ରମୁଖ ଖବର

ପୁଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ, ଗୁରୁତର ଯବାନ ଡାକ୍ତରଖାନାରେ ଭର୍ତ୍ତି
ମଦ ଦୁର୍ନୀତି ମାମଲାରେ ଶୁଣାଣି ସ୍ଥଗିତ ରଖିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ
ବାୟୁ ପ୍ରଦୂଷଣ ଯୋଗୁଁ ବଦଳିଲା ସରକାରୀ କର୍ମଚାରୀଙ୍କ ଯିବା ଆସିବା ସମୟ
୬ମାସ ବଢିଲା ରାଜ୍ୟର ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ
ଓଡ଼ିଶାରେ ହେବ ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱ ବିଦ୍ୟାଳୟ
ପଳାଶୁଣି ଛକରେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ
ପାକିସ୍ତାନରେ ଆତଙ୍କୀ ହମଲା; ୩୮ ମୃତ, ୨୯ ଆହତ
ଖଣ୍ଡଗିରି ବାରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ୍‌ ଆଶ୍ରମ ଶୁକ୍ରବାର ଦିନ ପୂର୍ବାହ୍‌ଣରେ ଭଙ୍ଗାଯିବ, ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଘୋଷଣା କରିଛି
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ: ବନ୍ଧା ହେଲେ ୧୦ ଅଭିଯୁକ୍ତ
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଖାଦ୍ୟ ଯୋଗାଣ ଅଧିକାରୀ (ସିଏସ୍‌ଓ) ସୁରେଶ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ

ପହଞ୍ଚିଲା ୨ ଓଡ଼ିଆଙ୍କ ପାର୍ଥିବ ଶରୀର

0

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର। ମୃତକ ଦୁଇ ଜଣ ହେଲେ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମହମ୍ମଦ ଜାହୁର ଓ ଅନ୍ୟ ଜଣେ ମୃତକ ଗଞ୍ଜାମ ରଣଝାଲ୍ଲୀ ଗ୍ରାମର ସନ୍ତୋଷ କୁମାର ଗୌଡ଼ ।

ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡାଙ୍କ ସମେତ ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ପ୍ରଶାସନିକ ଅଧିକାରୀ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପରିବାର ଲୋକ ବି ଏୟାରପୋର୍ଟରେ ପହଞ୍ଚିଛି। ସେଠାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ମୃତଦେହକୁ ସେମାନଙ୍କ ଜନ୍ମମାଟିକୁ ପଠାଯାଇଛି।

ଦୁଇ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିନିମନ୍ତେ ଅର୍ଥ ମଞ୍ଜୁର ହୋଇଥିବା ନେଇ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Leave A Reply

Your email address will not be published.