ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଏୟାର ଇଣ୍ଡିଆ ବିମାନ ଯାତ୍ରୀ ଖାଦ୍ୟରୁ ମିଳିଲା ବ୍ଲେଡ

0

ବେଙ୍ଗାଲୁରୁ: ଏୟାର ଇଣ୍ଡିଆ ବିମାନରେ ଦିଆଯାଉଥିବା ସେବାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ବ୍ଲେଡ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ବୀକାର କରିଛି।

ସୂଚନାନୁସାରେ, ମ୍ୟାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ ଭଜା ମିଠା ଆଳୁ ଏବଂ ଅଞ୍ଜିର୍‌ ଚାଟ ଅର୍ଡର କରିଥିଲେ। ଯାତ୍ରୀ ଖାଦ୍ୟ ଖାଉଥିବାବେଳେ ହଠାତ୍‌ ତାଙ୍କ ପାଟିରେ ଏକ କଠିନ ଜିନିଷ ଥିବା ଲାଗିଥିଲା। ସେ ଏହାକୁ ବାହାର କରି ଦେଖିବାରୁ ତାହା ବ୍ଲେଡ୍‌ ବୋଲି ଜଣାପଡିଥିଲା।
ଏହା ପରେ ମ୍ୟାଥର୍ସ ଏହି ଖାଦ୍ୟର ଫଟୋ ଶେୟାର କରି ଲେଖିଥିଲେ, ଏୟାର ଇଣ୍ଡିଆର ଖାଦ୍ୟ ଛୁରି ପରି କାଟିପାରେ। ଏହାର ଅଞ୍ଜିର୍‌ ଚାଟରେ ଏକ ବ୍ଲେଡ ଖଣ୍ଡ ଥିଲା। ଧନ୍ୟବାଦ, କୌଣସି କ୍ଷତି ହୋଇନାହିଁ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ଘଟଣା ଏକ ବ୍ରାଣ୍ଡ ଭାବରେ ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଛି। ଯଦିଓ ମୁଁ ନିରାପଦରେ ଅଛନ୍ତି, ଯଦି ଏହି ଖାଦ୍ୟ ଏକ ଶିଶୁଙ୍କ ନିକଟକୁ ଯାଇଥାନ୍ତା, ତେବେ ଏହା ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାନ୍ତା। ଅଭିଯୋଗର ଜବାବରେ ଏୟାର ଇଣ୍ଡିଆ ଏହି ଘଟଣା ପାଇଁ କ୍ଷମା ମାଗିଛି ଏବଂ ତୁରନ୍ତ ଏହାର ସମୀକ୍ଷା କରିବ ଏବଂ ଏହାର ସମାଧାନ ନିଶ୍ଚିତ କରିବ ବୋଲି ଆଶ୍ୱାସନା ଦେଇଛି।

Leave A Reply

Your email address will not be published.