ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଏୟାର ଇଣ୍ଡିଆ ବିମାନ ଯାତ୍ରୀ ଖାଦ୍ୟରୁ ମିଳିଲା ବ୍ଲେଡ

0

ବେଙ୍ଗାଲୁରୁ: ଏୟାର ଇଣ୍ଡିଆ ବିମାନରେ ଦିଆଯାଉଥିବା ସେବାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ ଯାଉଥିବା ଜଣେ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଛି ବ୍ଲେଡ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆ ନିଜର ଭୁଲକୁ ସ୍ବୀକାର କରିଛି।

ସୂଚନାନୁସାରେ, ମ୍ୟାଥର୍ସ ପାଲ ନାମକ ଜଣେ ଯାତ୍ରୀ ଏହି ଏୟାର ଇଣ୍ଡିଆ ବିମାନରେ ଭଜା ମିଠା ଆଳୁ ଏବଂ ଅଞ୍ଜିର୍‌ ଚାଟ ଅର୍ଡର କରିଥିଲେ। ଯାତ୍ରୀ ଖାଦ୍ୟ ଖାଉଥିବାବେଳେ ହଠାତ୍‌ ତାଙ୍କ ପାଟିରେ ଏକ କଠିନ ଜିନିଷ ଥିବା ଲାଗିଥିଲା। ସେ ଏହାକୁ ବାହାର କରି ଦେଖିବାରୁ ତାହା ବ୍ଲେଡ୍‌ ବୋଲି ଜଣାପଡିଥିଲା।
ଏହା ପରେ ମ୍ୟାଥର୍ସ ଏହି ଖାଦ୍ୟର ଫଟୋ ଶେୟାର କରି ଲେଖିଥିଲେ, ଏୟାର ଇଣ୍ଡିଆର ଖାଦ୍ୟ ଛୁରି ପରି କାଟିପାରେ। ଏହାର ଅଞ୍ଜିର୍‌ ଚାଟରେ ଏକ ବ୍ଲେଡ ଖଣ୍ଡ ଥିଲା। ଧନ୍ୟବାଦ, କୌଣସି କ୍ଷତି ହୋଇନାହିଁ।

ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହି ଘଟଣା ଏକ ବ୍ରାଣ୍ଡ ଭାବରେ ଏୟାର ଇଣ୍ଡିଆର ଭାବମୂର୍ତ୍ତିକୁ ବହୁ ମାତ୍ରାରେ କ୍ଷୁର୍ଣ୍ଣ କରିଛି। ଯଦିଓ ମୁଁ ନିରାପଦରେ ଅଛନ୍ତି, ଯଦି ଏହି ଖାଦ୍ୟ ଏକ ଶିଶୁଙ୍କ ନିକଟକୁ ଯାଇଥାନ୍ତା, ତେବେ ଏହା ଭିନ୍ନ ପରିସ୍ଥିତି ସୃଷ୍ଟି କରିଥାନ୍ତା। ଅଭିଯୋଗର ଜବାବରେ ଏୟାର ଇଣ୍ଡିଆ ଏହି ଘଟଣା ପାଇଁ କ୍ଷମା ମାଗିଛି ଏବଂ ତୁରନ୍ତ ଏହାର ସମୀକ୍ଷା କରିବ ଏବଂ ଏହାର ସମାଧାନ ନିଶ୍ଚିତ କରିବ ବୋଲି ଆଶ୍ୱାସନା ଦେଇଛି।

Leave A Reply

Your email address will not be published.