ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଏକ୍ସପ୍ରେସକୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍‌ : ୧୫ ମୃତ

0

କୋଲକାତା: ସୋମବାର ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେଇଛି। ଫଳରେ କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌ର କିଛି ବଗି ଲାଇନ୍‌ଚ୍ୟୁତ ହୋଇଥିବା ବେଳେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦା ଯାଉଥିଲା। ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଟ୍ରେନ୍‌ ଟ୍ରାକ୍‌ରେ ଠିଆ ହୋଇଥିବା ଏକ୍ସପ୍ରେସକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ ପାର୍ସଲ ବଗି ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି।

ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ୧୫ଟି ଆମ୍ବୁଲାନ୍ସ ପହଞ୍ଚିଛି। ଦୁର୍ଘଟଣା ପରେ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ରେଳ ମନ୍ତ୍ରଣାଳୟ ଦୁର୍ଘଟଣା ଉପରେ ନିରନ୍ତର ନଜର ରଖିଛି। ମମତା ବାନାର୍ଜୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏହି ଦୁର୍ଘଟଣା ହେତୁ ଅଗରତାଲା-କୋଲକାତା ରେଳ ମାର୍ଗ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।

ସୂଚନା ଅନୁସାରେ, ଆସାମର ସିଲଚରରୁ ‘କାଞ୍ଚନଜଙ୍ଗା ଏକ୍ସପ୍ରେସ’ ପଶ୍ଚିମବଙ୍ଗର ସିଆଲଦା ଅଭିମୁଖେ ଆସୁଥିଲା । ଆଜି ପୂର୍ବାହ୍ନ ପ୍ରାୟ ୯ ଟା ସମୟରେ କୌଣସି କାରଣରୁ ଟ୍ରେନଟି ନୂଆ ଜଲପାଇଗୁଡି ଷ୍ଟେସନରୁ କିଛି କି.ମି ଦୂରରେ ଟ୍ରାକରେ ଅଟକି ରହିଥିଲା । ସମାନ ଟ୍ରାକରେ ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ ଏକ୍ସପ୍ରେସ ଟ୍ରେନକୁ ପଛପଟୁ ଧକ୍କା ଦେଇଥିଲା । ଏହା ସିଗ୍ନାଲିଂ ସିଷ୍ଟମରେ ତ୍ରୁଟି କାରଣରୁ ହୋଇଥିବା ନେଇ ପ୍ରାଥମିକ ଭାବେ ଜଣାପଡୁଛି । ଗୋଟିଏ ଟ୍ରାକରେ ଟ୍ରେନ ଅଟକି ରହିଥିବା ବେଳେ ସେହି ଟ୍ରାକରେ ଏକ ମାଲଗାଡି କେମିତି ଆସିଲା, ତାହା ରେଳବାଇ ସିଗ୍ନାଲିଂ ତ୍ରୁଟି ନା ମାଲଗାଡି ଲୋକୋ-ପାଇଲଟଙ୍କ ଅସବଧାନତା, ତାହା ଏବେ ତଦନ୍ତ ପରିସରରେ ରହିଛି ।

Leave A Reply

Your email address will not be published.