ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନେଦରଲାଣ୍ଡ ଲଳନାଙ୍କ ହାତ ଧରିଲେ ଅରୁଣ

0

ନୂଆଦିଲ୍ଲୀ:ବିବାହ ବନ୍ଧନରେ ବାନ୍ଧି ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ଅରୁଣ ନେଦରଲାଣ୍ଡରେ ବିବାହ କରିଛନ୍ତି । ଏନେଇ ତାଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ ଅରୁଣଙ୍କ ବିବାହର ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଯେଉଁଥିରେ ଅରୁଣ କଳା ରଙ୍ଗର ବ୍ଲେଜର ପିନ୍ଧିଥିବାବେଳେ ତାଙ୍କ ପତ୍ନୀ ଧଳା ରଙ୍ଗର ଗାଉନ ପିନ୍ଧି ହାତରେ ଫୁଲ ତୋଡା ଧରିଛନ୍ତି ।ଏହା ସହ ଗାୟତ୍ରୀ ପଟ୍ଟନାୟକ ନିଜ ସହ ତାଙ୍କ ଭାଇ ଅରୁଣ ଓ ତାଙ୍କ ପୁଅର ଫଟୋ ମଧ୍ୟ ସେୟାର କରିଥିବା ଦେଖିବାକୁ ମିଳିଛି ।

ଅରୁଣ ହେଉଛନ୍ତି ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ । ଅରୁଣଙ୍କ ପତ୍ନୀଙ୍କ ନାଁ ନାଦିଆ। ନାଦିଆ ହେଉଛନ୍ତି ନେଦରଲାଣ୍ଡର ନାଗରିକ। ନେଦରଲାଣ୍ଡରେ ହିଁ ଅରୁଣ ଓ ନାଦିଆଙ୍କ ବାହାଘର ହୋଇଛି। ଅରୁଣ କିଛି ଦିନ ତଳେ ଭୁବନେଶ୍ୱର ଆସିଥିଲେ। ଅନେକ ସମୟରେ ସେ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ବିଜୁ ପଟ୍ଟନାୟକଙ୍କ ନାତି ଭାବେ ଅରୁଣ ପଟ୍ଟନାୟକଙ୍କ ଅନେକ କ୍ରେଜ୍ ରହିଛି।

Leave A Reply

Your email address will not be published.