ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ

0

ଗୋଟିଏ ଦିନ ପାଇଁ ବଢ଼ିଲା ସକାଳୁଆ ସ୍କୁଲ। କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବେ।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ସକାଳୁଆ ଖୋଲିବ ସ୍କୁଲ। ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ସକାଳୁଆ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ସକାଳ ସାଢେ ୬ଟାରୁ ସାଢେ ୧୦ଟା ଯାଏଁ କ୍ଲାସ୍ ଚାଲିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ କ୍ଲାସ ହେବ ବୋଲି କୁହାଯାଇଛି। ଏହାପରେ ୨୨ ତାରିଖଠାରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ ବୋଲି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଥିଲା । 

Leave A Reply

Your email address will not be published.