ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ରାଜଧାନୀରେ ଘର ମାଲିକକୁ ହତ୍ୟା

0

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକକୁ ହତ୍ୟା କଲା ଭଡାଟିଆ । ତମାଣ୍ଡୋ ଥାନା ଅନ୍ତର୍ଗତ ସିଭି ରମଣ ଇଞ୍ଜିନିୟରିଂ କଲେଜ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ଘର ମାଲିକଙ୍କୁ ଭଡ଼ାଟିଆ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ସୁଶାନ୍ତ ଶତପଥି ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ମୃତକ ସୁଶାନ୍ତ ଶତପଥିଙ୍କ ଘର ଖୋର୍ଦ୍ଧା ପାଟପୁର ଅଞ୍ଚଳରେ । ବିଗତ କିଛି ଦିନ ହେବ ସେହି ଘରେ ସେ ପ୍ରଥମ ମହଲାରେ ରହୁଥିଲେ । ସେହିଠାରେ ଆଉ ଜଣେ କଣ୍ଟ୍ରାକ୍ଟରର କିଛି କର୍ମଚାରୀ ମଧ୍ୟ ତଳମହଲାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାର ରଞ୍ଜନ ଦୀପ ନାମକ ଜଣେ କର୍ମଚାରୀ ଘରର ଛାତ ଉପରେ ଶୁଏ।

ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା। ଏହାପରେ ରଞ୍ଜନ ଦୀପ ଏକ ଲୁହା ରଡରେ ପିଟି ହତ୍ୟା କରିଥିବା ଅନୁମାନ କରାଯାଉଛି। ରକ୍ତାକ୍ତ ଅବସ୍ଥାରେ ମୃତଦେହ ଜବତ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି। ଜଣେ ୩୫ ବର୍ଷୀୟ ଯୁବକ ତାଙ୍କ ପାଖରେ ଭଡାଟିଆ ରଖିଥିଲେ‌। ସେ ଏହି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.