ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡିଶା

0

ଭୁବନେଶ୍ବର: ହକି କୁ ନେଇ ସରକାରଙ୍କ ବଡ ଘୋଷଣା। ୨୦୩୬ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି ବୃଦ୍ଧି ନେଇ ସୂଚନା ମିଳିଛି। ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡ଼ିଶା।

ଆଜି ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି। ଓଡ଼ିଶା ସରକାର ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ୱ ନେଇଛନ୍ତି। ୨୦୨୩ ରୁ ୧୦ ବର୍ଷ ଓଡ଼ିଶା ପ୍ରାୟୋଜକ ରହିବ ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ହକି ପାଇଁ ଓଡ଼ିଶାକୁ ବିଶ୍ୱରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି। ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ଆଲୋଚନା ବେଳେ ପ୍ରତିଶୃତି ଦିଆଯାଇଛି। ଏଥିସହ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମୋହନ ମାଝି କହିଛନ୍ତି।

Leave A Reply

Your email address will not be published.