ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଜାହିର

0

ନ୍ୟୁଜ୍ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଦୀର୍ଘ ଦିନର ପ୍ରେମ ପରେ ନିଜ ପ୍ରେମିକ ତଥା ଅଭିନେତା ଜାହିର ଇକବାଲଙ୍କ ହାତ ଧରିଲେ ସୋନାକ୍ଷୀ। ଗତକାଲି (ଜୁନ ୨୩)ରେ ମୁମ୍ୱାଇରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଧୁମଧାମରେ ବିବାହ କରିଛନ୍ତି। ଏହି ଦମ୍ପତି କୋର୍ଟ ମ୍ୟାରେଜ କରିଥିବା ବେଳେ ସନ୍ଧ୍ୟାରେ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଗ୍ରାଣ୍ଡ ରିସ୍ପେସନ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ। ଏହି ଅବସରରେ ବଲିଉଡ ଅଭିନେତ୍ରୀ କାଜୋଲଙ୍କ ଠାରୁ ଆରମ୍ଭ କରି ଅନୀଲ କପୁର, ସଲମାନ ଖାନ, ହୀରାମଣ୍ଡିର ଷ୍ଟାରକାଷ୍ଟ ସାମିଲ ହୋଇଥିଲେ। ବର୍ତ୍ତମାନ ଉଭୟଙ୍କ ବିବାହ ସମାରୋହର ଅନେକ ଫଟୋ ଏବଂ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି।

ସୋନାକ୍ଷୀ ହିନ୍ଦୁ ହୋଇଥିବାବେଳେ ମୁସଲିମ ଧର୍ମୀ ଅଟନ୍ତି ଜାହିର। ଧର୍ମ ପରିବର୍ତ୍ତନ କରିବେ ନାହିଁ ସୋନାକ୍ଷୀ। ଏଣୁ ଉଭୟ ୧୯୫୪ର ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ଏକ ପଞ୍ଜୀକୃତ ବିବାହ କରିଛନ୍ତି।। ଏହି ଆକ୍ଟ ଅନୁଯାୟୀ, ଯାହାର ଉଭୟ ଧର୍ମ ସହ କୌଣସି ସମ୍ପର୍କ ନାହିଁ। ଏଭଳି ପରିସ୍ଥିତିରେ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମର କୌଣସି ରୀତିନୀତି ପାଳନ କରାଯାଏ ନାହିଁ।

Leave A Reply

Your email address will not be published.