ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ଏଥର ଅପରାହ୍ନ ୫ଟାରେ ଟଣାଯିବ ରଥ

0

ପୁରୀ: ଆସନ୍ତା ଜୁଲାଇ ୭ତାରିଖରେ ପଡୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥର କିନ୍ତୁ ଅପରାହ୍ନ ୫ଟାରେ ରଥ ଟଣାଯିବ। ଆଜି ଛତିଶା ନିଯୋଗ ବୈଠକ ବସିଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ହୋଇଛି। ୫୩ବର୍ଷ ପରେ ବିରଳ ସଂଯୋଗ ପଡ଼ିଛି। ୧୯୭୧ ପରେ ଗୋଟିଏ ଦିନରେ ପଡ଼ୁଛି ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା।

ତେଣୁ ଏଥର ଦୁଇ ଦିନ ଧରି ରଥଟଣା ଯିବ । ଗୋଟିଏ ଦିନରେ ଶ୍ରୀଜୀଉଙ୍କ ଏକାଧିକ ନୀତି ପଡ଼ୁଥିବାରୁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ପରେ ଜୁଲାଇ ୭ତାରିଖ ଅପରାହ୍ନରେ ରଥଟାଣିବାକୁ ନିଷ୍ପତି କରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଏଥର ୧୫ ଦିନ ପରିବର୍ତେ ୧୩ ଦିନ ଅଣସର ନୀତି ହେବ । ସେହିପରି ଦୁଇ ଦିନ ରଥଟଣା ପରେ ୧୫ଜୁଲାଇରେ ବାହୁଡ଼ା ଓ ୧୭ତାରିଖରେ ହେବ ଶ୍ରୀଜୀଉଙ୍କ ସୁନାବେଶ ।

ଶ୍ରୀମନ୍ଦିରର କାର୍ଯ୍ୟସୂଚୀ ତଥା ନିତୀନିର୍ଘଣ୍ଟ ଅନୁସାରେ ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ ରେ ଅନୁଷ୍ଠିତ ହେବ। ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ।

୭ ତାରିଖରେ ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି ହେବ। ସକାଳ ସାଢ଼େ ୭ଟାରୁ ଦିନ ସାଢ଼େ ୧୨ଟା ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ଦିନ ୧ଟାରେ, ପହଣ୍ଡି ୧ ଟା ୧୦ ମିନିଟ୍‌ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଏହାପରେ ଅପରାହ୍ନ ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ତା’ପରେ ଅର୍ଥାତ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ।

Leave A Reply

Your email address will not be published.