ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ବିରୋଧୀ ଦଳର ନେତା ହେଲେ ରାହୁଲ ଗାନ୍ଧୀ

0

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ହେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ପ୍ରାୟ ୧୦ ବର୍ଷ ପରେ ଲୋକ ସଭାକୁ ବିରୋଧୀ ଦଳ ନେତା ମିଳିଛି। ୟୁପିର ରାୟବରେଲି ସାଂସଦ ବିରୋଧୀ ଦଳର ନେତା ହୋଇଛନ୍ତି ବୋଲି କଂଗ୍ରେସ ନେତା କେ.ସି ଭେନୁଗୋପାଳ ସୂଚନା ଦେଇଛନ୍ତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାହୁଲ ବିରୋଧୀ ଦଳର ନେତା ହେବା ପାଇଁ ମନୋନୀତ ହୋଇଛନ୍ତି।
କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା ଭାବେ ପ୍ରସ୍ତାବ ଦେଇଥିଲେ ଯାହାକୁ କାମଚଳା ବାଚସ୍ପତି ମୋହର ମାରିଛନ୍ତି।

ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏକୁ ନେଇ ରାହୁଲ ଗାନ୍ଧୀ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କରିବେ। ଚଳିତ ଲୋକ ସଭା ନିର୍ବାଚନରେ ରାହୁଲ ଦୁଇଟି ଲୋକ ସଭା ଆସନ ୱାୟନାଡ ଓ ରାଏବରେଲିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଉଭୟ ଆସନ ଜିତିଥିଲେ। ହେଲେ ନିର୍ବାଚନ ଫଳାଫଳ ଘୋଷଣା ପରେ ସେ ୱାୟନାଡ ଲୋକ ସଭା ଆସନ ଛାଡିଥିଲେ। ୧୮ତମ ଲୋକସଭାରେ ବାଚସ୍ପତି ପଦକୁ ନେଇ ବିରୋଧୀ ଓ ଏନଡିଏ ମେଣ୍ଟ ମଧ୍ୟରେ ପ୍ରଥମ ବଡ଼ ଲଢ଼େଇ ହେବାର କିଛି ଘଣ୍ଟା ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.