ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଖୁବଶିଘ୍ର ହେବ ମହାନଦୀ ଜଳ ବିବାଦର ସମାଧାନ : ସୁରେଶ ପୂଜାରୀ

0

ଭୁବନେଶ୍ବର: ଆଜି ମହାନଦୀ ଜଳ ବିବାଦ ମାମଲାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏହି ବିବାଦ ରାଜ୍ୟ ରାଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ ବିଶେଷ ଉଦ୍ୟମ କରିନାହାନ୍ତି। ଛତିଶଗଡ଼ ସହ ଆଲୋଚନା କଲେ ନାହିଁ ଏପରିକି ଟ୍ରିବ୍ୟୁନାଲକୁ ମଧ୍ୟ ସାହାର୍ଯ୍ୟ କଲେ ନାହିଁ। ସେପଟେ କେନ୍ଦ୍ର ଜନ କମିଶନଙ୍କ ନିକଟରେ ମଧ୍ୟ ସଠିକ୍ ତଥ୍ୟ ରଖିଲେ ନାହିଁ। ଯେଉଁଥିପାଇଁ ଏହି ମାମଲା ଏତେ ଦିନ ହେବ ପଡ଼ିଛି ରହିଛି। କିନ୍ତୁ ଏବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ଖୁବଶିଘ୍ର ଆମେ ସବୁ ତଥ୍ୟ ଦାଖଲ କରିବୁ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ବହୁ ବର୍ଷ ଧରି ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଆନ୍ଦୋଳନ ହେଉଛି । କିନ୍ତୁ ଛତିଶଗଡ଼ ତାର ନିଜ ସ୍ୱାର୍ଥ ସାଧନ କରୁଥିବା ବେଳେ ଓଡିଶାକୁ ହକ ମିଳିପାରୁନାହିଁ । ବର୍ତ୍ତମାନ ରାଜନୈତିକ ସ୍ଥିତି ବଦଳିଥିବାରୁ ଏହି ସମସ୍ୟାର ସମାଧାନ ନେଇ ଲୋକେ ଆଶାବାଦୀ ହୋଇପଡିଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

Leave A Reply

Your email address will not be published.