ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ନନ୍ଦନ ପରେ ଆଖି ବୁଜିଲା ବାଘୁଣୀ ‘ସାରା’

0

ଭୁବନେଶ୍ବର: ନନ୍ଦନକାନନରେ ଆଖି ବୁଜିଛି ନାଲି ବାଘୁଣୀ ‘ସାରା’। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା। ଗୁରୁବାର ଭୋର ୪ଟା ୪୨ରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି। ବାଘ ସଫାରୀର ୩୩ ନମ୍ବର ଖୁଆଡରେ ରହୁଥିବା ଏହି ବାଘୁଣୀଟି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲା।

‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। କିଛିଦିନ ହେବ ‘ସାରା’ ଠିକ୍ ଭାବେ ଖାଦ୍ୟ ଖାଉ ନଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ‘ସାରା’ର ଚିକିତ୍ସା କରାଯାଉଥିଲା। ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡିଆଖାନାରୁ ୨୦୦୯ରେ ବାଘୁଣୀ ‘ସାରା’ ନନ୍ଦନକାନନ ଆସିଥିଲ। ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା।

‘ସାରା’ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି। ମୃତ୍ୟୁବେଳକୁ ‘ସାରା’କୁ ୧୯ ବର୍ଷ ବୟସ ହୋଇଥିବା ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି। ଗତ କିଛିଦିନ ତଳେ ବାଘ ନନ୍ଦନର ମୃତ୍ୟୁ ହୋଇଥିବା ବେଳେ ଏବେ ସାରା ର ମୃତ୍ୟୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କର୍ମଚାରୀଙ୍କ ସହ ପଶୁ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.