ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଡିପଥେରିଆରେ ଆଉ ଏକ ଶିଶୁର ମୃତ୍ୟୁ

0

ବ୍ରହ୍ମପୁର: ଦିନକୁ ଦିନ ଚିନ୍ତା ବଢ଼ାଇଛି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଶିଶୁଙ୍କ ଜୀବନ ନେଉଛି ଏହି ରୋଗ। ଡିପଥେରିଆ ଆକ୍ରାନ୍ତ ହୋଇ ଆଜି ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ଶିଶୁଟିର ମୃତ୍ୟୁ ଘଟିଛି। ମୃତ ଶିଶୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଚନ୍ତି।

ଗୁରୁତର ଅବସ୍ଥାରେ କୋରାପୁଟରୁ ଗତକାଲି ଏମକେସିଜିରେ ଭର୍ତ୍ତି ହୋଇଥିଲେ ଶିଶୁ। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲା ଶିଶୁଙ୍କୁ ଟୀକାକରଣ କରାଯାଉଛି। ଶିଶୁ ବିଭାଗରେ ଥିବା ରୋଗୀଙ୍କୁ ସଙ୍ଗରୋଧରେ ରଖିବାକୁ ବେଡ୍ ପ୍ରସ୍ତୁତ କରାଯାଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବରୁ ବ୍ରହ୍ମପୁରରେ ଡିପଥେରିଆରେ ଆକ୍ରାନ୍ତ ହୋଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ବ୍ରହ୍ମପୁରରେ ଡିପଥେରିଆରେ ମୃତ୍ୟୁ ସଂଖ୍ୟା ଏବେ ତିନିରେ ପହଞ୍ଚିଛି।

Leave A Reply

Your email address will not be published.