ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସେନା ଟ୍ୟାଙ୍କ ଭାସି ୫ ଯବାନ ସହିଦ

0

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରର ଲଦାଖ ଅଂଚଳରେ ସେନା ଟ୍ୟାଙ୍କ ଭାସି ୫ ଯବାନ ସହିଦ ହୋଇଛନ୍ତି। ଦୌଲତ ବେଗ ଓଲଡି ଅଞ୍ଚଳରେ ନଦୀ ପାର୍ ଅଭ୍ୟାସ ବେଳେ ହଠାତ୍ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ସେନା ଟ୍ୟାଙ୍କ ଭାସି ଯାଇଥିଲା। ଏ ବିଷୟରେ ଜଣାପାଡିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଖୋଜାଯାଇଥିଲା। ତେବେ ସମସ୍ତ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି।

ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲେହରୁ ପ୍ରାୟ ୧୪୮ କି.ମି ଦୂରରେ ଏହି ଅଘଟଣ ଘଟିଛି। ଏକ ଅଭ୍ୟାସ ମିଶନରେ ଭାରତୀୟ ସ୍ଥଳସେନାର ଟି-୭୨ ଟ୍ୟାଙ୍କରେ ଜଣେ ସେନାଧିକାରୀଙ୍କ ସମେତ ୫ ଜଣ ଯବାନ ଏହି ମିଶନରେ ବାହାରିଥିଲେ। ଦୁର୍ଘଟଣା ସମ୍ପର୍କରେ ଜଣାପଡିବା ପରେ ସେନା ଉଦ୍ଧାର ଅପରେସନ ଆରମ୍ଭ କରିଥିଲା। ସମସ୍ତ ୫ ମୃତଦେହ ଉଦ୍ଧାର କରିବାରେ ରେସ୍କ୍ୟୁ ଟିମ୍‌ ସଫଳ ହୋଇଛି।

ଏହି ଅଘଟଣକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରତିରକ୍ଷମନ୍ତ୍ରୀ ରାଜନାଥ ସିଂହ। ଦେଶ ପାଇଁ ବୀର ଯବାନଙ୍କ ସେବା କେବେ ଭୁଲି ପାରିବୁ ନାହିଁ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସଦିଦଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ।

Leave A Reply

Your email address will not be published.