ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଡିପଥେରିଆରେ ଆଉ ଏକ ଶିଶୁର ମୃତ୍ୟୁ

0

ବ୍ରହ୍ମପୁର: ଦିନକୁ ଦିନ ଚିନ୍ତା ବଢ଼ାଇଛି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଶିଶୁଙ୍କ ଜୀବନ ନେଉଛି ଏହି ରୋଗ। ଡିପଥେରିଆ ଆକ୍ରାନ୍ତ ହୋଇ ଆଜି ଆଉ ଏକ ଶିଶୁର ମୃତ୍ୟୁ ଘଟିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ତାରେ ଶିଶୁଟିର ମୃତ୍ୟୁ ଘଟିଛି। ମୃତ ଶିଶୁ କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଞ୍ଚଳର ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଚନ୍ତି।

ଗୁରୁତର ଅବସ୍ଥାରେ କୋରାପୁଟରୁ ଗତକାଲି ଏମକେସିଜିରେ ଭର୍ତ୍ତି ହୋଇଥିଲେ ଶିଶୁ। ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲା ଶିଶୁଙ୍କୁ ଟୀକାକରଣ କରାଯାଉଛି। ଶିଶୁ ବିଭାଗରେ ଥିବା ରୋଗୀଙ୍କୁ ସଙ୍ଗରୋଧରେ ରଖିବାକୁ ବେଡ୍ ପ୍ରସ୍ତୁତ କରାଯାଉଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ପୂର୍ବରୁ ବ୍ରହ୍ମପୁରରେ ଡିପଥେରିଆରେ ଆକ୍ରାନ୍ତ ହୋଇ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ବ୍ରହ୍ମପୁରରେ ଡିପଥେରିଆରେ ମୃତ୍ୟୁ ସଂଖ୍ୟା ଏବେ ତିନିରେ ପହଞ୍ଚିଛି।

Leave A Reply

Your email address will not be published.