ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ଜଳିଗଲା ମୋ ବସ୍

0

କଟକ: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍‌ରେ ନିଆଁ ଲାଗିଯାଇଛି। ଫଳରେ ବସ୍‌ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍‌ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍‌କୁ ଅଟକାଇଥିଲେ। ଏହା ପରେ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ। ସୌଭାଗ୍ୟର କଥା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବସ୍‌ର ଭିତରେ ଥିବା ସିଟ୍‌ଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଯାହା ଡ୍ରାଇଭର ଜାଣିପାରି ଯାତ୍ରୀମାନଙ୍କୁ ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇ ଦେଇଥିଲା। ଯାହା ଦ୍ବାରା ବଡ ଅଘଟଣରୁ ଅଲ୍ପକେ ବର୍ତ୍ତିଯାଇଥିଲେ ଯାତ୍ରୀ। ପରେ ବସ୍‌ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା। ପରେ ଅଗ୍ନଶମ ବିଭାଗ ଘଣାସ୍ଥଳରେ ପହଞ୍ଚୀି ନିଆଁ ଲିଭାଇବାରେ ସଫଳ ହୋଇଥିଲେ। ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.