ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ବର: ଆଇଏଏସ ଅଫିସର ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ରୂପେ ଆହୁଜାଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ଆହୁଜା ୧୯୯୦ ବ୍ୟାଚର ବରିଷ୍ଠ ଆଇଏସଏସ ଅଫିସର ଅଟନ୍ତି। ନିକଟରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେ କେନ୍ଦ୍ର କୃଷି ଓ କୃଷକ ସଶକ୍ତିକରଣ ସଚିବ ଥିଲେ।

ସୂଚନା ଥାଉକି, ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ରେ ଶେଷ ହେବାକୁ ଯାଉଛି। ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରି ଥିଲା। ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ହଠାତ୍‌ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଥିଲା। ମନୋଜ କେନ୍ଦ୍ରରେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ। ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହେଉଥିଲା। ତେବେ ମୁଖ୍ୟ ଶାସନ ସଚିବ କିଏ ହେବେ, ତାହାକୁ ଚର୍ଚ୍ଚା ଲାଗି ରହିଥିବା ବେଳେ ସରକାର ଏଥିରେ ପୂର୍ଣ୍ଣଚ୍ଛେଦ ପାକାଇଛନ୍ତି।

Leave A Reply

Your email address will not be published.