ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ

0

ନୂଆଦିଲ୍ଲୀ: ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ। ରାଜଧାନୀ ଦିଲ୍ଲୀରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ ଧରଣର ଅଘଟଣ ଘଟିଛି। ବିମାନବନ୍ଦରର ଟର୍ମିନାଲ-୧ର ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ରାତି ତମାମ ଦିଲ୍ଲୀ ଏନସିଆରରେ ଭୀଷଣ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଛାତ ଭୁଶୁଡି ପଡିଥିଲା। ଶୁକ୍ରବାର ଭୋର ୫ଟା ୩୦ ମିନିଟରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଟର୍ମିନାଲ ଛାତ ତଳେ କେତେକ କାର ଚାପି ହୋଇ ରହିଛି। ଖବର ପାଇ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି। ଏଥିସହିତ ଘଟଣାସ୍ଥଳରେ ସିଆଇଏସଏଫ, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଛାତ ଭୁଶୁଡିବାରୁ ଚାପି ହୋଇ ରହିଥିବା ଏକାଧିକ କାର ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ଏହାସହିତ ବର୍ତ୍ତମାନ ଘଟଣାରେ ୪ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି।

ବର୍ଷାରେ ଦିଲ୍ଲୀ ବିମାନବନ୍ଦରର ଛାତ ଭୁଶୁଡି ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ-୧ରେ ଛାତ ଭୁଶୁଡ଼ିବା କାରଣରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଏହାରି ଭିତରେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏଥିସହିତ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଓ ଆହତଙ୍କୁ ୩ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।

ଏହି ଦୁର୍ଘଟଣାର ପ୍ରତିକ୍ରିୟା ରଖି ମନ୍ତ୍ରୀ ରାମ ମୋହନ କହିଛନ୍ତି, “ମୁଁ ନିଜେ ଦିଲ୍ଲୀ ବିମାନବନ୍ଦର ଯାଇ ଛାତ ଭୁଶୁଡିବା ଘଟଣାର ଅନୁଧ୍ୟାନ କରିଛି। ଯାତ୍ରୀମାନଙ୍କୁ ସୁରକ୍ଷା ଯୋଗାଇବା ଆମ ପ୍ରଥମ ପ୍ରାଥମିକତା। ଅନ୍ୟ ଟର୍ମିନାଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସୁରକ୍ଷାବାହିନୀ ନିୟୋଜିତ ଅଛନ୍ତି।” ବାତିଲ୍ ହୋଇଯାଥିବା ବିମାନର ସମ୍ପୂର୍ଣ୍ଣ ଟିକେଟ୍ ଫି’ ଫେରସ୍ତ କରି ଦିଆଯିବ ବୋଲି ମନ୍ତ୍ରୀ ରାମ ମୋହନ କହିଛନ୍ତି।

Leave A Reply

Your email address will not be published.