ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

୫ ବର୍ଷରେ ଓଡିଶାକୁ ଆସିବ ୧ ଲକ୍ଷ କୋଟି ଟଙ୍କାର ନୂତନ ରେଳ ପ୍ରକଳ୍ପ

0

ଭୁବନେଶ୍ବର: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଓଡ଼ିଶା ପାଇଁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଓଡିଶାରେ ୧ ଲକ୍ଷ କୋଟି ଟଙ୍କାର ନୂତନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ନିକଟରେ ରାଜ୍ୟରେ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ​​ନିର୍ବାଚିତ ହୋଇଥିବା ଦଳର ୨୦ ଜଣ ସାଂସଦ ଏବଂ ୭୮ ଜଣ ବିଧାୟକଙ୍କୁ ସମ୍ମାନ ଜଣାଇବା ପାଇଁ ଭାଜପା ଦ୍ୱାରା ଆୟୋଜିତ ଏକ ସମାରୋହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ବୈଷ୍ଣବ ଏହା କହିଛନ୍ତି।

୧୦ ବର୍ଷ ତଳେ ଓଡ଼ିଶାକୁ ମାତ୍ର ୮ ଶହ କୋଟି ରେଲୱେ ଅନୁଦାନ ମିଳୁଥିଲା। ଓଡ଼ିଶାରେ ରେଳ ସ୍ୱପ୍ନକୁ ବର୍ଷ ବର୍ଷ ଧରି ଗୁରୁତ୍ୱ ଦିଆଯାଉ ନଥିଲା। କିନ୍ତୁ ଗତ ୧୦ ବର୍ଷ ଭିତରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଥିବା ସମୟରେ ଓଡ଼ିଶାକୁ ୩ ବର୍ଷ ହେଲା ପ୍ରତି ବର୍ଷ ୧୦ ହଜାର କୋଟି ଟଙ୍କାର ଅନୁଦାନ ମିଳୁଛି।

ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୫୩୬ କୋଟି ଟଙ୍କା ମିଳିଛି। ଓଡ଼ିଶାରେ ରେକର୍ଡ ୧ ହଜାର ୮୪୬ କିଲୋମିଟର ନୂଆ ରେଳ ଲାଇନ୍ ତିଆରି ହୋଇଛି। ସଂପୂର୍ଣ୍ଣ ଶ୍ରୀଲଙ୍କାର ରେଳ ନେଟୱର୍କ ହେଉଛି ୧୭ ଶହ କିଲୋମିଟର। ତା’ଠାରୁ ଅଧିକ କିଲୋମିଟରର ରେଳ ଲାଇନ ଓଡ଼ିଶାରେ ଗତ ୧୦ ବର୍ଷ ଭିତରେ ହୋଇଛି। ପୂର୍ବ ସରକାର ସମୟରେ କାମ ଆଗେଇ ପାରୁନଥିଲା। ବିଜେପି ସରକାର ଓଡ଼ିଶାରେ ଆସିଲା। ଓଡ଼ିଶାରେ ଏବେ ନୂଆ ରେକର୍ଡ ହେବ। ଆଗାମୀ ୫ ବର୍ଷ ଭିତରେ ଓଡ଼ିଶାକୁ ୧ ଲକ୍ଷ କୋଟି ଟଙ୍କାର ନୂଆ ପ୍ରକଳ୍ପ ଆସିବ।

ଏଥର ରଥଯାତ୍ରା ସମୟରେ ଓଡ଼ିଶାରେ ୩୧୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ୨୫ ଜିଲ୍ଲାକୁ ସ୍ୱତନ୍ତ୍ର ଟ୍ରେନ ଆସିବ। ଇଲେକ୍ଟ୍ରୋନିକ୍ସ ମାନୁଫାକଚରିଂ କ୍ଲଷ୍ଟର ଓଡ଼ିଶାରେ ହେବ। ସେମି କଣ୍ଡକ୍ଟର ଶିଳ୍ପ ପାଇଁ ମଧ୍ୟ ଟ୍ରେନିଂ ବ୍ୟବସ୍ଥା କରାଯିବ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Leave A Reply

Your email address will not be published.