ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରେ କ୍ରିକେଟ୍ରୁ ସନ୍ୟାସ ନେଲେ ରବୀନ୍ଦ୍ର ଜାଡେଜା

0

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ୨୦୨୪ ଚମ୍ପିଆନ ହେବାପରେ ଖୁସିରେ ଆତ୍ମହରା ଭାରତବାସୀ। ହେଲେ ଏହାପରେ ଅପ୍ରତ୍ୟାଶିତ ଭାବରେ ଦଳର ଦୁଇ କିମ୍ବଦନ୍ତୀ ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ପ୍ରଶଂସକଙ୍କୁ ଝଟ୍‌କା ଦେଇଥିଲେ। ଆଉ ଏହାପରେ ଆଜି ଭାରତୀୟ ଫ୍ୟାନ୍ସଙ୍କୁ ଲାଗିଛି ତୃତୀୟ ଝଟ୍‌କା। ଭାରତୀୟ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ନିଜର ଅବସର ନେଇ ଘୋଷଣା କରିଛନ୍ତି। ନିଜ ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ସନ୍ୟାସ ଘୋଷଣା କରିଛନ୍ତି ଜାଡେଜା।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ବିଦାୟ ନେଇଛନ୍ତି ସାର୍‌ ରବୀନ୍ଦ୍ର ଜାଡେଜା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ବିଶ୍ଵକପ ଫାଇନାଲ ଜିତି ଭାରତ ଟାଇଟଲ ବିଜୟୀ ହେବା ପରେ ଜାଡେଜା ଅବସର ଘୋଷଣା କରିଛନ୍ତି। ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ।

ଜାଡେଜା କ୍ରିକେଟ କ୍ୟାରିୟର ମଧ୍ୟରେ ୭୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିଛନ୍ତି। ସେଥିରୁ ସେ ୫୧୫ ରନ୍‌ ସଂଗ୍ରହ କରିବା ସହିତ ୫୪ଟି ଓ୍ବିକେଟ ଅକ୍ତିଆର କରିଛନ୍ତି। ଚଳିତ ବିଶ୍ଵକପରେ ସେ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ ହେଁ ଅତୀତରେ ଅନେକ ମ୍ୟାଚ ବିଜୟୀ ଇଂନିସ ଖେଳି ଦେଶ ଓ ଦଳ ପାଇଁ ଗୌରବ ଆଣି ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି ରୋମାଞ୍ଚଭରା ମ୍ୟାଚରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକାଠାରୁ ବିଜୟୀ ହୋଇଥିଲା।

Leave A Reply

Your email address will not be published.