ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପାତାଳରେ ଥିଲେ ବି ଦୋଷୀଙ୍କୁ ଖୋଜି ଦଣ୍ଡବିଧାନ କରାଯିବ

0

ଭୁବନେଶ୍ବର: ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ, ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ସଭାରେ ଭାଜପାର ୨୦ ଏମ୍‌ପି ଏବଂ ୭୮ ଜଣ ବିଧାୟକ ସଭାରେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଛନ୍ତି ।

ଏହି ସଭାରେ ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିର୍ବାଚନରେ ବିଜୟ ଆମ ପାଇଁ ଐତିହାସିକ ବିଜୟ ବୋଲି ସେ କହିଛନ୍ତି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଏକ ନୂଆ ଓଡ଼ିଶା ଗଠନ କରିବାକୁ ଆମମାନଙ୍କୁ ଦାୟିତ୍ୱ ମିଳିଛି ବୋଲି ସେ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ସଭାରେ ରତ୍ନ ଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଛନ୍ତି। ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲିବ ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ ତେବେ ଦୋଷୀ ପାତାଳରେ ଥିଲେ ବି ଖୋଜି ବାହାର କରାଯିବ ଏବଂ ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.