ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାତାଳରେ ଥିଲେ ବି ଦୋଷୀଙ୍କୁ ଖୋଜି ଦଣ୍ଡବିଧାନ କରାଯିବ

0

ଭୁବନେଶ୍ବର: ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ, ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ସଭାରେ ଭାଜପାର ୨୦ ଏମ୍‌ପି ଏବଂ ୭୮ ଜଣ ବିଧାୟକ ସଭାରେ ଯୋଗଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହିଛନ୍ତି ।

ଏହି ସଭାରେ ନୂଆ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିର୍ବାଚନରେ ବିଜୟ ଆମ ପାଇଁ ଐତିହାସିକ ବିଜୟ ବୋଲି ସେ କହିଛନ୍ତି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଏକ ନୂଆ ଓଡ଼ିଶା ଗଠନ କରିବାକୁ ଆମମାନଙ୍କୁ ଦାୟିତ୍ୱ ମିଳିଛି ବୋଲି ସେ କହିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ସଭାରେ ରତ୍ନ ଭଣ୍ଡାର ନିଶ୍ଚିତ ଖୋଲିବ ବୋଲି କହିଛନ୍ତି। ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲିବ ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ ତେବେ ଦୋଷୀ ପାତାଳରେ ଥିଲେ ବି ଖୋଜି ବାହାର କରାଯିବ ଏବଂ ଦଣ୍ଡ ବିଧାନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.