ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଟିମ୍ ଇଣ୍ଡିଆ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କଲା ବିସିସିଆଇ

0

ନ୍ୟୁଜ୍ ବ୍ୟୁରୋ: ଶେଷ ହୋଇଛି ଆଇସିସି ଟି-୨୦ ବିଶ୍ୱକପ। ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ରୋମାଞ୍ଚକର ବିଜୟ ସହ ବିଶ୍ୱକପ ଟାଇଟଲ ହାତେଇଛି। ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେବା ପରେ ଭାରତୀୟ ଦଳ ଉପରେ ଟଙ୍କା ବର୍ଷା ହୋଇଛି। ଟି-୨୦ ବିଶ୍ୱକପ ବିଜୟ ଟିମ ପାଇଁ ୧୨୫ କୋଟି ଟଙ୍କା ଘୋଷଣା କରିଛି ବିସିସିଆଇ।

ଦଳର ଏହି ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପୁରସ୍କାର ରାଶି ଘୋଷଣା କରିଛି, ଯେଉଁଥିରେ ଖେଳାଳି ଏବଂ ସପୋର୍ଟ ଷ୍ଟାଫଙ୍କୁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ନିଜ ଟ୍ବିଟରେ ଶାହ ଲେଖିଛନ୍ତି ଯେ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟଯାକ ଟିମ ଇଣ୍ଡିଆ ଅସାଧାରଣ ଦକ୍ଷତା ଓ ଧୈର୍ଯ୍ୟ ଓ କ୍ରୀଡ଼ନୈପୁଣ୍ୟ ପ୍ରଦର୍ଶନ କରିଛି।

ଶନିବାର ରାତିରେ ଟି -୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଟ୍ରଫି ଜିତିଛି। ସମଗ୍ର ଟୁର୍ନାମେଣ୍ଟରେ ଅପରାଜିତ ରହି ଭାରତୀୟ ଦଳ ଟାଇଟଲ ଜିତିଛି। ଟି -୨୦ ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଶ୍ୱକପ ଟ୍ରଫି।

Leave A Reply

Your email address will not be published.