ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ଆଜି ପୁଣିଥରେ ମନ୍ କି ବାତ୍ କାର୍ଯ୍ୟକ୍ରମ କରିଛନ୍ତି ମୋଦୀ।

ମନ୍‌ କି ବାତର ୧୧୧ ତମ ସଂସ୍କରଣରେ ମୋଦୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା କହିଛନ୍ତି। ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଗୌରବ ବହନ କରୁଛି ।

ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥାନ୍ତି। ମନ କି ବାତ୍‌ର ଏହି ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜିର ଦିନ ପୁଣି ଆସିଛି ଯେଉଁଥିପାଇଁ ଆମେ ସମସ୍ତେ ଫେବୃଆରୀରୁ ଅପେକ୍ଷା କରିଥିଲୁ। ମୁଁ ପୁଣି ଥରେ ମୋ ପରିବାର ସଦସ୍ୟଙ୍କ ମଧ୍ୟରେ ‘ମନ୍ କି ବାତ୍’ ମାଧ୍ୟମରେ ଆସିଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ଶେଷ ରବିବାରରେ ପ୍ରସାରିତ ହୋଇଥାଏ। ଏହାପୂର୍ବରୁ ‘ମନ କି ବାତ୍’ ଗତ ଫେବୃଆରୀ ୨୫ ରେ ପ୍ରସାରିତ ହୋଇଥିଲା। ପରେ ଲୋକସଭା ନିର୍ବାଚନ ଯୋଗୁ ଏହାକୁ ବନ୍ଦ କରିବାକୁ ପଡିଥିଲା।

Leave A Reply

Your email address will not be published.