ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କମିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର

0

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। କମିଲା ଏଲପିଜି ସିଲିଣ୍ଡର ଦର। ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି। ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ମାସର ପ୍ରଥମ ତାରିଖରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସିଲିଣ୍ଡର ବିକ୍ରୟ କରୁଥିବା ସରକାରୀ କମ୍ପାନୀଗୁଡିକ ମୂଲ୍ୟ ସଂଶୋଧନ କରନ୍ତି। ଆଜି ଇଣ୍ଡିଆନ୍ ଅଏଲ୍, ଏଚପିସିଏଲ ଏବଂ ଜିବିପିସିଏଲ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛି। ଆଜି ସକାଳ ୬ଟାରୁ ନୂଆ ଦର ଲାଗୁ ହୋଇଛି।

ମାସ ଆରମ୍ଭରୁ ଉପୋଭକ୍ତାଙ୍କ ପାଇଁ ଖୁସି ଖବର। କମିଲା ରନ୍ଧନ ଗ୍ୟାସ ଦର। କମର୍ସିଆଲ ଏଲପିଜି ସିଲିଣ୍ଡର ଦର ହ୍ରାସ ପାଇଛି । ତୈଳ ବିପଣନ କମ୍ପାନୀ ଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୩୧ ଟଙ୍କା କମ୍ କରିଛନ୍ତି। ସାରା ଦେଶରେ ଆଜିଠୁ ଏହି ଦର ଲାଗୁ ହୋଇଛି ।

କିନ୍ତୁ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପ୍ରକାର ସଂଶୋଧନ ହୋଇନାହିଁ। ଆଜି କର୍ମସିଆଲ ସିଲିଣ୍ଡର ୩୧ ଟଙ୍କା ଶସ୍ତା ହେବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ୧୬୪୬ ଟଙ୍କା ହୋଇଛି। ପୂର୍ବରୁ ୧୬୭୬ ଟଙ୍କାରେ ବିକ୍ରି ହେଉଥିଲା ।
ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ଉପଲବ୍ଧ ହେବ।

କୋଲକାତାରେ ଏହି ସିଲିଣ୍ଡର ଏବେ ୧୭୫୬ ଟଙ୍କାରେ ମିଳୁଥିବା ବେଳେ ପୂର୍ବରୁ ଏହାର ମୂଲ୍ୟ ୧୭୮୭ ଟଙ୍କା ଥିଲା। ସେହିପରି ମୁମ୍ବାଇରେ ସିଲିଣ୍ଡର ୧୬୨୯ ଟଙ୍କାରୁ ୩୧ ଟଙ୍କା ହ୍ରାସ ପାଇ ୧୫୯୮ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୮୦୯.୫୦ ଟଙ୍କା ରହିଛି। ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହା ମୁମ୍ବାଇରେ ୮୦୨.୫୦ ଟଙ୍କାରେ ଉପଲବ୍ଧ ହେଉଛି।

Leave A Reply

Your email address will not be published.