ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସରକାରଙ୍କ ବିନା ଅନୁମତିରେ କାଟିପାରିବେନି ତାଳ ଗଛ

0

ଭୁବନେଶ୍ୱର: ଆଉ ମନ ଇଚ୍ଛା କାଟିପାରିବେନି ତାଳଗଛ। ସରକାରଙ୍କ ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟନୁଷ୍ଠାନ। ଏମିତିକି ନିଜ ବାରିରେ ଲାଗିଥିବା ତାଳ ଗଛ ମଧ୍ୟ କାଟିବା ବେଆଇନ। ବନବିଭାଗର ବିନା ଅନୁମତିରେ ତାଳ ଗଛ କାଟିଲେ ନିଆଯିବ ଦୃଢ କାର୍ଯ୍ୟନୁଷ୍ଠାନ। ବଜ୍ରପାତ ଜନିତ ମୃତ୍ୟୁ ରୋକିବାକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ସରକାର।

ତେବେ ପ୍ରତିବର୍ଷ ବର୍ଷା ଦିନେ ବଜ୍ରପାତରେ ବହୁ ଜୀବନ ଚାଲିଯାଉଛି। ଯାହାକୁ ରୋକିବା ପାଇଁ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ସରକାର। ପାରମ୍ପରିକ କଥାବସ୍ତୁ ଅନୁଯାୟୀ ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ। ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା। ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା। ସହରୀକରଣ ଓ ଗାଁରେ ଛପର ଘର ନଥିବାରୁ ସମୟ କ୍ରମେ ଏହାକୁ ଆଉ ଲଗାଇବାକୁ କେହି ମନ ବଳାଉନାହାନ୍ତି। ତାଳ ଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି। ଯାହା ଦ୍ବାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି। ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁଁ ଅନେକ ଲୋକ ମୃତାହତ ହେଉଛନ୍ତି।

ସେହିପରି ରାଜ୍ୟରେ ଏ ବର୍ଷ ୧୯ ଲକ୍ଷ ତାଳ ଗଛ ଲାଗିବ। ରାଜ୍ୟର ୫୨ଟି ଡିଭିଜନରେ ଥିବା ସମସ୍ତ ଫରେଷ୍ଟ ବ୍ଲକ୍ ବାଉଣ୍ଡରୀ ଚାରିପାଖରେ ଲାଗିବ ୪ଟି ଲେଖାଏଁ ତାଳ ଗଛ। ସେଥିପାଇଁ ଏସଆରସି ଙ୍କ ପକ୍ଷରୁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ବଜ୍ରପାତ ଜନିତ ମୃତ୍ୟୁ କମାଇବା ସହ ହାତୀଙ୍କ ଖାଦ୍ୟ ସହ ବନ ବିଭାଗ ବାଉଣ୍ଡରି ପିଲାର ମଜବୁତ୍ କରିବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.