ପ୍ରମୁଖ ଖବର

୮୪ତମ ରୋଡ କଂଗ୍ରେସ ସମାବେଶ ଉଦ୍‌ଘାଟିତ
କନ୍ଧମାଳ ସୀମା କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ
ଏସଆଇ ପରୀକ୍ଷା ଘୋଟାଲା : ମୁଖ୍ୟ ଅଭିଯୁକ୍ତର ହେବ ଲାଏ ଡିଟେକ୍ସନ୍‌ ଟେଷ୍ଟ
‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ; ଯୋଗ ଦେଲେ ପ୍ରଧାନମନ୍ତ୍ରୀ
ଶ୍ରୀମନ୍ଦିରରେ ପୁଣି ହିଡେନ୍ କ୍ୟାମେରା ଓ ନକଲି ସେବକ
ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ଡିଜିପି
ଆସନ୍ତାକାଲିଠୁ ୨୦୨୬ ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ ଆରମ୍ଭ

ମୋ ବସ ହେବ ଇଲେକ୍ଟ୍ରିକ ବସ

0

ଭୁବନେଶ୍ବର: ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ। ଏବେ ୪ଶହରୁ ଅଧିକ ଡିଜେଲ ଚାଳିତ ବସ ଚାଲୁଛି। ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ୫ ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି। ଏବେ ୪୬୩ ବସ ଚାଲୁଛି। ତା ମଧ୍ୟରୁ ୬୩ଟି ଇ-ବସ ରହିଛି। ଆଗକୁ ସବୁଗୁଡିକ ଇ-ବସ ଚାଲିବ। ଭୁବନେଶ୍ୱରରେ ଶହେ, କଟକରେ ଶହେ, ସମ୍ବଲପୁରରେ ୫୦ ଓ ରାଉରକେଲାରେ ଶହେ ଇ-ବସ ଚାଲିବା ନେଇ ଯୋଜନା ହେଉଛି। ଇ-ବସ ଡିପୋକୁ ଅଧିକ ଉନ୍ନତ କରାଯିବ। ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ହେବ। ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସିଆରୟୁଟି ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା।

ସେ କହିଛନ୍ତି ୨୦୧୮ରୁ ଏହି ସେବା ଆରମ୍ଭ ହୋଇଥିଲା। ଏଥିଲାଗି ଆମେରିକାରୁ ପୁରସ୍କାର ପାଇଛି। ଲୋକଙ୍କ ଯାତ୍ରା ଓ ସେବା ପାଇଁ ଆଉ କଣ କରାଯାଇପାରିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହେବ। ବସ ଡିପୋରେ ସୋଲାର ବିଦ୍ୟୁତ କରଣ ହୋଇଛି। ଲୋକଙ୍କ ପାଇଁ ଡିଜିଟାଲ କାର୍ଡ କରାଯାଇଛି। ବସ ଯେଉଁ ପ୍ରକାର ଭିଡ଼ ହେଉଛି, ଲୋକଙ୍କୁ ଟିକେ ଅସୁବିଧା ହେଉଛି। ଆଗାମୀ ତିନିରୁ ରୁ ୬ ମାସ ଭିତରେ ନୁଆ ବସ ଆସିବା ଦ୍ୱାରା ଭିଡ଼ କମିବ। ଚୋରି ଓ ପକେଟ ମାର ଉପରେ ରୋକ ଲାଗାଯିବ। ଯେଉଁ ମାନେ ଜିନିଷ ଛାଡି ଦେଉଛନ୍ତି , ସେମାନଙ୍କୁ ଫେରାଇ ଦିଆ ଯାଉଛି ବୋଲି ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.