ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମୋ ବସ ହେବ ଇଲେକ୍ଟ୍ରିକ ବସ

0

ଭୁବନେଶ୍ବର: ଆଗାମୀ ଦିନରେ ସବୁ ମୋ ବସ ଗୁଡିକ ଇଲେକ୍ଟ୍ରିକ ବସ ହେବ। ଏବେ ୪ଶହରୁ ଅଧିକ ଡିଜେଲ ଚାଳିତ ବସ ଚାଲୁଛି। ମୋ ବସ ଯାତ୍ରୀଙ୍କ ପାଇଁ ଉନ୍ନତ ମାନର ଅନଲାଇନ ପେମେଣ୍ଟ ସିଷ୍ଟମ ଉପରେ ଧ୍ୟାନ ଦିଆଯିବ। ୫ ବର୍ଷ ହେଲା ମୋ ବସ ଭଲ ପ୍ରଦର୍ଶନ କରୁଛି। ଏବେ ୪୬୩ ବସ ଚାଲୁଛି। ତା ମଧ୍ୟରୁ ୬୩ଟି ଇ-ବସ ରହିଛି। ଆଗକୁ ସବୁଗୁଡିକ ଇ-ବସ ଚାଲିବ। ଭୁବନେଶ୍ୱରରେ ଶହେ, କଟକରେ ଶହେ, ସମ୍ବଲପୁରରେ ୫୦ ଓ ରାଉରକେଲାରେ ଶହେ ଇ-ବସ ଚାଲିବା ନେଇ ଯୋଜନା ହେଉଛି। ଇ-ବସ ଡିପୋକୁ ଅଧିକ ଉନ୍ନତ କରାଯିବ। ଉନ୍ନତ ଜ୍ଞାନ କୌଶଳ ବ୍ୟବହାର ହେବ। ସୁରକ୍ଷା ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସିଆରୟୁଟି ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା।

ସେ କହିଛନ୍ତି ୨୦୧୮ରୁ ଏହି ସେବା ଆରମ୍ଭ ହୋଇଥିଲା। ଏଥିଲାଗି ଆମେରିକାରୁ ପୁରସ୍କାର ପାଇଛି। ଲୋକଙ୍କ ଯାତ୍ରା ଓ ସେବା ପାଇଁ ଆଉ କଣ କରାଯାଇପାରିବ ସେ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହେବ। ବସ ଡିପୋରେ ସୋଲାର ବିଦ୍ୟୁତ କରଣ ହୋଇଛି। ଲୋକଙ୍କ ପାଇଁ ଡିଜିଟାଲ କାର୍ଡ କରାଯାଇଛି। ବସ ଯେଉଁ ପ୍ରକାର ଭିଡ଼ ହେଉଛି, ଲୋକଙ୍କୁ ଟିକେ ଅସୁବିଧା ହେଉଛି। ଆଗାମୀ ତିନିରୁ ରୁ ୬ ମାସ ଭିତରେ ନୁଆ ବସ ଆସିବା ଦ୍ୱାରା ଭିଡ଼ କମିବ। ଚୋରି ଓ ପକେଟ ମାର ଉପରେ ରୋକ ଲାଗାଯିବ। ଯେଉଁ ମାନେ ଜିନିଷ ଛାଡି ଦେଉଛନ୍ତି , ସେମାନଙ୍କୁ ଫେରାଇ ଦିଆ ଯାଉଛି ବୋଲି ସିଆରୟୁଟିର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.