ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାରତ ବାଂଲାଦେଶ ସୀମାରେ ଜବତ ହେଲା ବିପୁଳ ସୁନା

0

ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ସୀମାରେ ବିଏସ୍‌ଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୀମା ଦେଇ ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଛି ସୁନା।ବିଏସ୍‌ଏଫ୍‌ ଏବଂ ଡି ଆର୍‌ଆଇ ମିଳିତ ଭାବେ ଏକ ଅପରେସନ୍‌ କରିଥିବା ବେଳେ ସୁରକ୍ଷାବଳ ହାତରେ ଲାଗିଛି ୯.୬ କୋଜିର ସୁନା ଏବଂ ୧୧.୫ ଲକ୍ଷ ନଗଦ ଟଙ୍କା । ଏଥିସହ ଏହାକୁ ଚାଲାଣ କରୁଥିବା ୭ ଜଣଙ୍କୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗର ନଦିଆ ଜିଲାରେ ମୁତୟନ ହୋଇଥିବା ୬୮ ବାଟାଲିୟନ୍‌ର ବିଏସ୍‌ଏଫ୍‌ ଯବାନ ରାଜସ଼୍ବ ଗୁପ୍ତଚର ନିର୍ଦ୍ଦେଶାଳୟ ସହ ମିଶି ଏହି ଅପରେସନ୍‌ କରିଥିଲେ। ଏହି ସମୟରେ ସୀମାନଗରରୁ ୭ ଜଣ ସୁନା ଚୋରା ଚାଲାଣକାରୀଙ୍କୁ ସେମାନେ ଧରିଥିଲେ। ସେମାନଙ୍କ ନିକଟରୁ ୧୬ଟି ସୁନା ଇଟା ଏବଂ ଏକ ସୁନା ବିସ୍କୁଟ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୭ କୋଟି ହେବ ବୋଲି ଜଣାପଡିଛି।

Leave A Reply

Your email address will not be published.